ଅନୁପମ ଖେରଙ୍କୁ ଶକ୍ତିଶାଳୀ ଏବଂ ସୁରକ୍ଷିତ ପୁରୁଷ କହିଲେ କଙ୍ଗନା

Advertisment
ଅନୁପମ ଖେରଙ୍କୁ ଶକ୍ତିଶାଳୀ ଏବଂ ସୁରକ୍ଷିତ ପୁରୁଷ କହିଲେ କଙ୍ଗନା

ମୁମ୍ବାଇ: ୨୦ମାସ ପରେ ଟ୍ବିଟରକୁ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ମେ’ ୨୦୨୧ରେ ତାଙ୍କର ଟ୍ବିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ବେଳେ ଜାନୁଆରି ୨୪, ୨୦୨୩ରେ ଏହାକୁ ପୁଣି ଥରେ ସକ୍ରିୟ କରାଯାଇଥିଲା। ଆକାଉଣ୍ଟ ସକ୍ରିୟ ହେବା ପରେ ତୁରନ୍ତ କଙ୍ଗନା ଟ୍ବିଟ କରିବା ଆରମ୍ଭ କରିଥିଲେ। ପ୍ରଥମେ ସେ ନିଜର ଆଗାମୀ ଫିଲ୍ମ ‘ଏମର‌ଜେନ୍ସି’ର ସୁଟିଂ ଶେଷ ହେବା ଖବର ଦେଇ ଏହାର ରିଲିଜ୍ ତାରିଖ ଘୋଷଣା କରିଥିବା ବେଳେ ଏବେ ନିଜ ସହ-କଳାକାରଙ୍କୁ ନେଇ କଙ୍ଗନା ଟ୍ବିଟ କରିଛନ୍ତି।

ଫିଲ୍ମ ‘ଏମର‌ଜେନ୍ସି’ରେ କଙ୍ଗନାଙ୍କ ସହ କାମ କରିଥିବା ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ ଖେରଙ୍କୁ ପ୍ରଶଂସା କରିଛନ୍ତି କଙ୍ଗନା। ସାଧାରଣତଃ କଙ୍ଗନା ବଲିଉଡ ବିରୋଧରେ କହୁଥିବାର ନଜର ଆସୁଥିବା ବେଳେ ଏବେ ସେ ଅନୁପମ ଖେରଙ୍କ ପ୍ରଶଂସା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଅନୁପମ, କଙ୍ଗନାଙ୍କୁ ପ୍ରଶଂସା କରିବା ପରେ ହିଁ କଙ୍ଗନା ତାଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି।

ଶୁକ୍ରବାର ଦିନ ଅନୁପମ ଖେର ଡିଏନଏକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, “ମୁଁ ଭାବୁଛି କଙ୍ଗନା ଜଣେ ସାହସୀ ଝିଅ। ଯଦି ଆମେ ମହିଳା ସଶକ୍ତୀକରଣକୁ ପ୍ରଶଂସା କରୁ, ତେବେ ନିଶ୍ଚିତ ଭାବରେ କଙ୍ଗନାଙ୍କ ସଫଳତାକୁ ପାଳନ କରିବା ଉଚିତ୍। ମୁଁ ଭାବୁଛି ସେ ମୋ ସହ କାମ କରିଥିବା ସର୍ବୋତ୍ତମ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ ଏବଂ ମୁଁ ୫୩୪ଟି ଫିଲ୍ମ କରିବା ପରେ ଏହା କହୁଛି"।

ଏହି ସାକ୍ଷାତକାରକୁ ନେଇ କଙ୍ଗନା ଲେଖିଛନ୍ତି, "ଲୋକମାନଙ୍କୁ ସଶକ୍ତ ମହିଳା ନମିଳିବା ପର୍ଯ୍ୟନ୍ତ ସେମାନେ ମହିଳା ସଶକ୍ତୀକରଣ ବିଷୟରେ କୁହନ୍ତି। ପରେ ଜଣେ ସଶକ୍ତ ମହିଳା ମିଳିଲେ ତାଙ୍କୁ ଭାଙ୍ଗିବାକୁ ଚେଷ୍ଟା କରନ୍ତି। କିନ୍ତୁ ବାସ୍ତବରେ ଜଣେ ଶକ୍ତିଶାଳୀ ଏବଂ ସୁରକ୍ଷିତ ପୁରୁଷ ସର୍ବଦା ଜଣେ ସଶକ୍ତ ମହିଳାଙ୍କୁ ସୁରକ୍ଷା ଦିଅନ୍ତି। ଧନ୍ୟବାଦ ଅନୁପମ ଖେରଜୀ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe