ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ଭୁଲ କହି ଟ୍ରୋଲ ହେଲେ କଙ୍ଗନା, ଗ୍ରାଜୁଏସନ କୋଉଠୁ କରିଛ ବୋଲି ପଚାରିଲେ କେଟିଆର

Advertisment
ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ଭୁଲ କହି ଟ୍ରୋଲ ହେଲେ କଙ୍ଗନା, ଗ୍ରାଜୁଏସନ କୋଉଠୁ କରିଛ ବୋଲି ପଚାରିଲେ କେଟିଆର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବିଜେପି ତାଙ୍କୁ ପ୍ରାର୍ଥୀ କରିବା ପରଠାରୁ ସେ କ୍ରମାଗତ ଭାବରେ ବିରୋଧୀ ଦଳର ଟାର୍ଗେଟରେ ରହିଆସିଛନ୍ତି। ବର୍ତ୍ତମାନ ବିଆରଏସ ନେତା କେ.ଟି. ରାମା ରାଓ କଙ୍ଗନା ରାନାୱତଙ୍କୁ ଟ୍ରୋଲ କରିଥିବା ଜଣାପଡ଼ିଛି। ଏକ ସାକ୍ଷାତକାରରେ କଙ୍ଗନା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ। ଏହାକୁ ନେଇ କେ.ଟି ରାମା ରାଓ କଙ୍ଗନାକୁ ଟ୍ରୋଲ କରି ଗ୍ରାଜୁଏସନ କୋଉଠୁ କରିଛ ବୋଲି ପଚାରିଛନ୍ତି।

ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, "ଉତ୍ତର ଭାରତର ଜଣେ ବିଜେପି ପ୍ରାର୍ଥୀ କହୁଛନ୍ତି ଯେ ସୁଭାଷ ଚନ୍ଦ୍ର ବୋଷ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ଦକ୍ଷିଣ ଭାରତର ଅନ୍ୟ ଜଣେ ବିଜେପି ନେତା କହୁଛନ୍ତି ଯେ ମହାତ୍ମା ଗାନ୍ଧୀ ଆମର ପ୍ରଧାନମନ୍ତ୍ରୀ ଥିଲେ। ଏମାନେ ସବୁ କେଉଁଠାରୁ ଗ୍ରାଜୁଏସନ କରିଥିଲେ?"

ଉଲ୍ଲେଖଯୋଗ୍ୟ, ଏକ ଟିଭି ସାକ୍ଷାତକାରରେ ଅଭିନେତ୍ରୀ କଙ୍ଗନା କହିଥିଲେ ଯେ, ମୋତେ ଗୋଟିଏ କଥା କୁହ, ଯେତେବେଳେ ଆମେ ସ୍ୱାଧୀନତା ପାଇଲୁ, ସେତେବେଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କୁଆଡେ ଯାଇଥିଲେ? ତାଙ୍କର ଏଭଳି ବୟାନକୁ ନେଇ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe