ଅଗଷ୍ଟ ୧୫ରେ ରିଲିଜ୍ ‌ହୋଇଥିବା ଏହି ଫିଲ୍ମର ପ୍ରଶଂସା କରି ଏଭଳି ଉପଦେଶ ଦେଲେ କଙ୍ଗନା

Advertisment
ଅଗଷ୍ଟ ୧୫ରେ ରିଲିଜ୍ ‌ହୋଇଥିବା ଏହି ଫିଲ୍ମର ପ୍ରଶଂସା କରି ଏଭଳି ଉପଦେଶ ଦେଲେ କଙ୍ଗନା

ମୁମ୍ବାଇ: ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କୁ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ। ଏମଧ୍ୟରେ ବଲିଉଡ କୁଇନ୍ କଙ୍ଗନା ରାନାୱତ୍ ଫିଲ୍ମର ପ୍ରଶଂସା କରିଥିବା ଦେଖାଯାଇଛି।

ସବୁବେଳେ ବଲିଉଡ କଳାକାରଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ଏବେ ନିଜ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି ଯେ, “ଫିଲ୍ମ ‘ସ୍ତ୍ରୀ-୨’ ସମସ୍ତ ରେକର୍ଡ ଭାଙ୍ଗିଛି। ସେଥିପାଇଁ ସମଗ୍ର ଦଳକୁ ଅଭିନନ୍ଦନ। କିନ୍ତୁ ଏକ ଚଳଚ୍ଚିତ୍ରର ପ୍ରକୃତ ହିରୋ ହେଉଛି ଏହାର ନିର୍ଦ୍ଦେଶକ। ଆମେ ଭାରତରେ ନିର୍ଦ୍ଦେଶକମାନଙ୍କୁ ଯଥେଷ୍ଟ ଶ୍ରେୟ କିମ୍ବା ପ୍ରଶଂସା ଦେଉନାହୁଁ। ସେଥିପାଇଁ ଅନେକ ଯୁବକଯୁବତୀ ନିର୍ଦ୍ଦେଶକ ବା ଲେଖକ ହେବାକୁ ଚାହାଁନ୍ତି ନାହିଁ। ଯିଏ ଚଳଚ୍ଚିତ୍ରରେ କ୍ୟାରିୟର କରିବାକୁ ଚାହାଁନ୍ତି, ସେ ମାର୍ଗଦର୍ଶନ ପାଇଁ ମୋ ପାଖକୁ ଆସନ୍ତି। ସେମାନେ ସବୁ ଅଭିନେତା କିମ୍ବା ସୁପରଷ୍ଟାର ହେବାକୁ ଚାହାଁନ୍ତି। କେହି ନିର୍ଦ୍ଦେଶକ ବା ଲେଖକ ହେବାକୁ ଚାହାନ୍ତି ନାହିଁ। ଯଦି ସବୁ ଅଭିନେତା ବା ଅଭିନେତ୍ରୀ ହେବେ ତେବେ କିଏ ଚଳଚ୍ଚିତ୍ର ନିର୍ମାଣ କରିବ।"

Latest and Breaking News on NDTV

ସେ ଆହୁରି ଲେଖିଛନ୍ତି ଯେ, "ତେଣୁ ଦୟାକରି ସେହି ସମସ୍ତ ଭଲ ନିର୍ଦ୍ଦେଶକଙ୍କ ନାମ ଜାଣନ୍ତୁ ଯେଉଁମାନେ ଆପଣଙ୍କ ମନୋରଞ୍ଜନ କରିବା ପାଇଁ ବହୁତ କିଛି କରନ୍ତି। ଦୟାକରି ସେମାନଙ୍କୁ ଅନୁସରଣ କରନ୍ତୁ ଏବଂ ସେମାନଙ୍କ ଜୀବନ ବିଷୟରେ ମଧ୍ୟ ଜାଣନ୍ତୁ। ପ୍ରିୟ ଅମର କୌଶିକ(‘ସ୍ତ୍ରୀ-୨’ ନିର୍ଦ୍ଦେଶକ) ସାର୍, ଏହି ବହୁ ପ୍ରତୀକ୍ଷିତ ସର୍ବକାଳୀନ ବ୍ଲକବଷ୍ଟର ଦେଇଥିବାରୁ ଧନ୍ୟବାଦ। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe