କରଣଙ୍କ ପାଇଁ ପ୍ରିୟଙ୍କା ବଲିଉଡ ଛାଡ଼ିଥିବା କହିଲେ କଙ୍ଗନା

Advertisment
କରଣଙ୍କ ପାଇଁ ପ୍ରିୟଙ୍କା ବଲିଉଡ ଛାଡ଼ିଥିବା କହିଲେ କଙ୍ଗନା

ନୂଆଦିଲ୍ଲୀ: ପଡକାଷ୍ଟ ସୋ’ ଆର୍ମଚେୟର ଏକ୍ସପର୍ଟରେ ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରା ବଲିଉଡ ଛାଡିବା ପଛରକ କାରଣ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସବୁବେଳେ ବଲିଉଡ କଳାକାରଙ୍କୁ ଟାର୍ଗେଟ କରୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ ଆଜି ପ୍ରିୟଙ୍କାଙ୍କୁ ସମର୍ଥନ କରିଥିବା ଦେଖାଯାଇଛି। ପ୍ରିୟଙ୍କା ବଲିଉଡ ଛାଡିବା ପଛର କାରଣ କହିଥିଲେ ବି କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ନାଁ କହିନଥିଲେ। ହେଲେ କଙ୍ଗନା, ପ୍ରିୟଙ୍କାଙ୍କ ବଲିଉଡ ଛାଡିବାର ଆରୋପ ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଉପରେ ଲଗାଇଛନ୍ତି।

ଟ୍ବିଟ କରି କଙ୍ଗନା ଲେଖିଛନ୍ତି, ବଲିଉଡ ବିଷୟରେ ପ୍ରିୟଙ୍କା ଏହା ହିଁ କହିଛନ୍ତି। ଲୋକମାନେ ତାଙ୍କୁ ଦଳବଦ୍ଧ ହୋଇ ଏକା ଛାଡ଼ିଦେଇଥିଲେ। ତାଙ୍କୁ ଟାର୍ଗେଟ କରିବା ସହ ଫିଲ୍ମ ଦେଉନଥିଲେ। ଏଥିପାଇଁ ବହୁ କଷ୍ଟରେ ନିଜର ପରିଚୟ ତିଆରି କରିଥିବା ପ୍ରିୟଙ୍କାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା। ସମସ୍ତେ ଜାଣନ୍ତି କରଣ ଜୋହର ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ଅନ୍ୟ ଏକ ଟ୍ବିଟରେ ସେ ଲେଖିଛନ୍ତି, ସେତେବେଳେ କରଣ ଜୋହର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଝଗଡାର ଖବର ଗଣମାଧ୍ୟମ ଅନେକ ଥର ପ୍ରକାଶ ପାଇଥିଲା, କାରଣ ପ୍ରିୟଙ୍କାଙ୍କର ବନ୍ଧୁତା ଶାହରୁଖଙ୍କ ସହ ଥିଲା। ଏହାର ଲାଭ ଉଠାଇ ଫିଲ୍ମ ମାଫିଆ ପ୍ରିୟଙ୍କାଙ୍କୁ ଟାର୍ଗେଟ କରି ତାଙ୍କୁ କାମ ଦେବା ବନ୍ଦ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe