ଏହି କାରଣରୁ ବାଂଲାଦେଶରେ 'ଏମରଜେନ୍ସି' ରିଲିଜ୍ ଉପରେ ଲାଗିଲା ପ୍ରତିବନ୍ଧକ

Advertisment

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମରଜେନ୍ସି' ଜାନୁଆରି ୧୭ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ରିଲିଜ୍ ପୂର୍ବରୁ କଙ୍ଗନା ରାନାୱତଙ୍କୁ ଏକ ଝଟକା ଲାଗିଛି।

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମରଜେନ୍ସି' ଜାନୁଆରି ୧୭ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ରିଲିଜ୍ ପୂର୍ବରୁ କଙ୍ଗନା ରାନାୱତଙ୍କୁ ଏକ ଝଟକା ଲାଗିଛି।

temergency

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଏମରଜେନ୍ସି' ରିଲିଜ୍ ଉପରେ ବାଂଲାଦେଶରେ ପ୍ରତିବନ୍ଧକ ଲାଗିଛି।  ଭାରତ ଏବଂ ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଯୋଗୁଁ ପଡ଼ୋଶୀ ଦେଶ ଏହି ନିଷ୍ପତ୍ତି ନେଇଛି। ଫିଲ୍ମ 'ଏମରଜେନ୍ସି' ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଭାରତରେ ଘୋଷଣା କରାଯାଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ।

ବାଂଲାଦେଶରେ ୧୯୭୧ ମସିହାରେ ହୋଇଥିବା ସ୍ୱାଧୀନତା ସଂଗ୍ରାମ ସମୟରେ ଭାରତୀୟ ସେନା ଓ ଇନ୍ଦିରା ଗାନ୍ଧୀ ସରକାରଙ୍କ ଭୂମିକା ଏବଂ "ବାଂଲାଦେଶର ପିତା" ଭାବରେ ଜଣାଶୁଣା ଶେଖ ମୁଜିବୁର ରହମାନଙ୍କୁ ଦିଆଯାଇଥିବା ସମର୍ଥନ ବିଷୟରେ 'ଏମରଜେନ୍ସି'ରେ ଦେଖିବାକୁ ପାଇବେ ଦର୍ଶକ। ବାଂଲାଦେଶୀ ଉଗ୍ରବାଦୀମାନେ ଶେଖ ମୁଜିବୁର ରହମାନଙ୍କୁ ହତ୍ୟା କରିଥିବା ଫିଲ୍ମ‌ରେ ଦର୍ଶାଯାଇଛି। ଏହା ମଧ୍ୟ ବାଂଲାଦେଶରେ ଚଳଚ୍ଚିତ୍ର ରିଲିଜ୍ ଉପରେ ପ୍ରତିବନ୍ଧକ ଲାଗିବାର ଅନ୍ୟ ଏକ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହା ପୂର୍ବରୁ 'ପୁଷ୍ପା ୨' ଏବଂ 'ଭୁଲ ଭୁଲୈୟା ୩' ଭଳି ଫିଲ୍ମ ରିଲିଜ୍ ଉପରେ ବାଂଲାଦେଶରେ ପ୍ରତିବନ୍ଧକ ଲଗାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏହି ଫିଲ୍ମଟି ପୂର୍ବରୁ ୨୦୨୪ ମସିହାରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ସେନ୍ସର ବୋର୍ଡରୁ ପ୍ରମାଣପତ୍ର ନ ମିଳିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe