ରିଲିଜକୁ ଅନୁମତି ନମିଳିବାରୁ ଏକ୍ସରେ ଏଭଳି ପୋଷ୍ଟ କଲେ କଙ୍ଗନା

Advertisment

କଙ୍ଗନା ରାନାୱତଙ୍କ ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ 'ଏମରଜେନ୍ସି' ବିବାଦ ଘେରରେ ରହିଛି। ସେନ୍ସର ବୋର୍ଡ ପ୍ରମାଣପତ୍ର ନମିଳିବାରୁ ରିଲିଜ୍ ଅଟକିବା ସହ ନୂଆ ତାରିଖକୁ ଅପେକ୍ଷା କରିଛନ୍ତି ଦର୍ଶକ।

କଙ୍ଗନା ରାନାୱତଙ୍କ ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ 'ଏମରଜେନ୍ସି' ବିବାଦ ଘେରରେ ରହିଛି। ସେନ୍ସର ବୋର୍ଡ ପ୍ରମାଣପତ୍ର ନମିଳିବାରୁ ରିଲିଜ୍ ଅଟକିବା ସହ ନୂଆ ତାରିଖକୁ ଅପେକ୍ଷା କରିଛନ୍ତି ଦର୍ଶକ।

emergencu

ମୁମ୍ବାଇ: କଙ୍ଗନା ରାନାୱତଙ୍କ ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ 'ଏମରଜେନ୍ସି' ବିବାଦ ଘେରରେ ରହିଛି। ଶିଖ ସଂଗଠନଗୁଡ଼ିକ ଏହାର ରିଲିଜକୁ ବିରୋଧ କରି ଫିଲ୍ମକୁ ବ୍ୟାନ କରିବାକୁ ଦାବି କରୁଥିବା ବେଳେ ରିଲିଜ ପାଇଁ ଫିଲ୍ମକୁ ଗ୍ରୀନ ସିଗନାଲ ମିଳିପାରିନାହିଁ। ବିବାଦ ଯୋଗୁଁ ଫିଲ୍ମକୁ ସେନ୍ସର ବୋର୍ଡ ପ୍ରମାଣପତ୍ର ମିଳିପାରିନାହିଁ ଯେଉଁଥିପାଇଁ ଏହାର ରିଲିଜ୍ ଅଟକି ରହିଛି। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬ରେ ଅର୍ଥାତ୍ ଆଜି ମୁକ୍ତିଲାଭ କରିବାର ଥିଲା। ହେଲେ କଙ୍ଗନା ରାନାୱତଙ୍କୁ ରିଲିଜ୍ ପାଇଁ ଅନୁମତି ମିଳିନଥିବାରୁ ଏବେ ସେ ଭାଙ୍ଗିପଡ଼ିଥିବା ଜଣାଯାଇଛି। 

ଫିଲ୍ମ ରିଲିଜ୍ ଘୁଞ୍ଚିବାରୁ କଙ୍ଗନା ଏକ୍ସରେ ପୋଷ୍ଟ କରିଛନ୍ତି ଯେ, 'ଛାତିରେ ପଥର ରଖି ମୁଁ ଘୋଷଣା କରୁଛି ଯେ ମୋ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 'ଏମରଜେନ୍ସି'ର ରିଲିଜ୍ ଘୁଞ୍ଚିଯାଇଛି। ଆମେ ଏବେ ସେନ୍ସର ବୋର୍ଡର ପ୍ରମାଣପତ୍ରକୁ ଅପେକ୍ଷା କରିଛୁ। ନୂତନ ରିଲିଜ୍ ତାରିଖ ଶୀଘ୍ର ଘୋଷଣା କରାଯିବ। ପରିସ୍ଥିତିକୁ ବୁଝିଥିବାରୁ ଏବଂ ଧୈର୍ଯ୍ୟ ରଖିଥିବାରୁ ଧନ୍ୟବାଦ। "

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/vinesh-phogat-to-join-congress-today-and-will-fight-haryana-assembly-elections-6953110

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe