ଏହି ସର୍ତ୍ତ ମାନିଲେ ରିଲିଜ ହେବ କଙ୍ଗନାଙ୍କ ଫିଲ୍ମ 'ଏମରଜେନସି'

Advertisment

କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମରଜେନସି'କୁ ନେଇ ଅନେକ ବିବାଦ ଲାଗି ରହିଛି। ଏହି ଚଳଚ୍ଚିତ୍ରଟି ପ୍ରଥମେ ସେପ୍ଟେମ୍ବର ୬ରେ ରିଲିଜ୍ ହେବାର ଥିଲା | କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା |

କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମରଜେନସି'କୁ ନେଇ ଅନେକ ବିବାଦ ଲାଗି ରହିଛି। ଏହି ଚଳଚ୍ଚିତ୍ରଟି ପ୍ରଥମେ ସେପ୍ଟେମ୍ବର ୬ରେ ରିଲିଜ୍ ହେବାର ଥିଲା | କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା |

aajtakfd

ମୁମ୍ବାଇ: ପ୍ରଶଂସକମାନେ ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଚଳଚ୍ଚିତ୍ର 'ଏମରଜେନସି'କୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଏହି ଚଳଚ୍ଚିତ୍ର ପୂର୍ବରୁ ସେପ୍ଟେମ୍ବର ୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ଥିଲା | କିନ୍ତୁ ସେନ୍ସର ବୋର୍ଡରୁ ଅନୁମତି ନମିଳିବାରୁ ଫିଲ୍ମର ରିଲିଜକୁ ସ୍ଥଗିତ ରଖିବାକୁ ପଡିଲା। ଆଜି ଫିଲ୍ମ ରିଲିଜକୁ ନେଇ ବମ୍ବେ ହାଇକୋର୍ଟରେ ଶୁଣାଣି କରାଯାଇଛି ଏବଂ ସେନସର ବୋର୍ଡ ମଧ୍ୟ ଏହାର ଜବାବ ଦେଇଛନ୍ତି।

ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଅଭିଯୋଗ କରିଥିଲା ଯେ ସେନସର ବୋର୍ଡ ବେଆଇନ ଭାବେ 'ଏମରଜେନସି' ରିଲିଜକୁ ଅନୁମତି ଦେଉନାହିଁ। ଆଜି ଶୁଣାଣି ସମୟରେ ସେନସର ବୋର୍ଡ ପକ୍ଷରୁ ହାଜର ହୋଇଥିବା ଓକିଲ ଅଭିନବ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ବିପି କୋଲାବାବାଲା ଏବଂ ଫିରଦୋଷ ପୁନିୱାଲାଙ୍କ ଖଣ୍ଡପୀଠଙ୍କୁ କହିଛନ୍ତି ଯେ, ଫିଲ୍ମରେ କିଛି ଦୃଶ୍ୟ କାଟିବା ପାଇଁ ସେନସର ବୋର୍ଡ ନିର୍ମାତାଙ୍କୁ ପରାମର୍ଶ ଦେଇଛି। ଯଦି ନିର୍ମାତା କଥା ମାନନ୍ତି ତେବେ ଫିଲ୍ମ ରିଲିଜକୁ ଅନୁମତି ଦିଆଯିବ | ଏବେ ସେମାନେ କଥା ମାନିବେ ନା ଆମ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ ଏହା ନିର୍ମାତାଙ୍କ ଉପରେ ନିର୍ଭର କରେ |

ଏ ଖବର ପଢନ୍ତୁ- https://sambad.in/entertainment/up-politics-lok-janshakti-party-president-chirag-paswan-gave-advice-to-bjp-mp-and-film-actress-kangana-ranaut-7096058

ଏ ଖବର ପଢନ୍ତୁ- https://sambad.in/entertainment/beerbiceps-aka-ranveer-allahbadia-on-youtube-channels-getting-hacked-7095823

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe