‘ଏମାରଜେନ୍ସି’ର ଟ୍ରେଲର ରିଲିଜ ପରେ ଭାବବିହ୍ବୋଳ ହୋଇ ନିଜ ମନର କଥା କହିଲେ ସାଂସଦ

Advertisment
‘ଏମାରଜେନ୍ସି’ର ଟ୍ରେଲର ରିଲିଜ ପରେ ଭାବବିହ୍ବୋଳ ହୋଇ ନିଜ ମନର କଥା କହିଲେ ସାଂସଦ

ମୁମ୍ବାଇ: ଅଭିନେତ୍ରୀ ତଥା ସାଂସଦ ଥିବା କଙ୍ଗନା ରଣାୱତଙ୍କ ନିର୍ଦ୍ଦେଶିତ ଓ ପ୍ରଯୋଜିତ ସିନେମା ‘ଏମାରଜେନ୍ସି’ର ଟ୍ରେଲର ରିଲିଜ ହୋଇଛି।

‘ଏମାରଜେନ୍ସି’ର ୨ ମିନିଟ୍, ୫୪ ସେକେଣ୍ଡ ଟ୍ରେଲରରେ କଙ୍ଗନା ରଣାୱତଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଶ୍ରେୟସ୍ ତଲପଡେଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଓ ଅନୁପମ ଖେରଙ୍କୁ ଜୟପ୍ରକାଶ ନାରାୟଣ ଭୂମିକାରେ ଦମଦାର ଅଭିନୟ କରୁଥିବା ଦେଖିବାକୁ ମିଳୁଛି। ଏହି ସି‌ନେମାରେ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀକାଳିନ ପରିସ୍ଥିତି ସମୟର କାହାଣୀକୁ ଦେଖା ଯାଇଛି।

‘ଏମାରଜେନ୍ସି’ର ଟ୍ରେଲର ରିଲିଜ ପରେ ସାଂସଦ କଙ୍ଗନା ରଣାୱତ ଭାବବିହ୍ବୋଳ ହୋଇ ନିଜ ମନର କଥା କହିଛନ୍ତି।

କଙ୍ଗନା କହିଛନ୍ତି, ‘ଆଜିର ଦିନ ମୋ ପାଇଁ ଭାବବିହ୍ବୋଳର ଦିନ। ଚାହିଁକି ବି ମୋ କୋହକୁ ମୁଁ ଚାପି ଧରି ପାରୁ ନାହିଁ। ମୁଁ ‘ଏମାରଜେନ୍ସି’ ସିନେମା ତିଆରି କରିବା ପାଇଁ ଖୁବ ପରିଶ୍ରମ କରିବା ସହିତ ଅନେକ ସମସ୍ୟାର ସାମ୍ନାକୁ ବି କରିଛି। ସମସ୍ତେ ଜାଣିଛନ୍ତି ଇଣ୍ଡଷ୍ଟ୍ରି ‌ମୋତେ ସମ୍ପୂର୍ଣ୍ଣ ଭାବେ ବଏକଟ କରି ଦେଇଛି। କେହି ବି ମୋ ସମର୍ଥନରେ ନାହାନ୍ତି। କିନ୍ତୁ ଆପଣଙ୍କୁ ସ୍ପଷ୍ଟ କରିଦେବାକୁ ଚାହିଁବି କି ‘ଏମାରଜେନ୍ସି’ ସିନେମାରେ ଯେଉଁ ଷ୍ଟାରକାଷ୍ଟମାନେ ମୋ ସହିତ ନଜର ଆସୁଛନ୍ତି ସେମାନେ କେବେ ବି ମୋତେ ଏକା ହେବାକୁ ଦେଇ ନାହାନ୍ତି। ମୁଁ ଦାବିର ସହ କହିବି ‘ଏମାରଜେନ୍ସି’ ସିନେମା ଦର୍ଶକଙ୍କୁ ନିଶ୍ଚିୟ ପସନ୍ଦ ଆସିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe