ମୁମ୍ବାଇ: ଜୁନ୍ ୧୬ରେ ରିଲିଜ୍ ହେବ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'। ଏହି ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଗକୁ ବଲିଉଡରେ ରାମାୟଣକୁ ନେଇ ଫିଲ୍ମ ନିର୍ମାଣ ହେବ ବୋଲି ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ବଲିଉଡ ଅଭିନେତା ରଣବୀର କପୁର ପ୍ରଭୁ ଶ୍ରୀରାମ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ। ଏବେ ଏଭଳି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ରଣବୀରଙ୍କୁ ‘ଧଳା ମୂଷା’ ବୋଲି କହିଛନ୍ତି କଙ୍ଗନା।
ନିଜ ଇନଷ୍ଟା ଷ୍ଟାଟସରେ ସେ ଲେଖିଛନ୍ତି, “ନିକଟରେ ମୁଁ ଆଉ ଏକ ବଲିଉଡ ରାମାୟଣ ଆସିବା ବିଷୟରେ ଶୁଣୁଛି। ଯେଉଁଥିରେ ଏକ ପତଳା ଧଳା ମୂଷା, ଯାହାଙ୍କୁ କିଛି ସୂର୍ଯ୍ୟତାପ ଏବଂ ବିବେକ ଆବଶ୍ୟକ...ଯିଏ ଇଣ୍ଡଷ୍ଟ୍ରିରେ ପ୍ରାୟ ପ୍ରତ୍ୟେକଙ୍କ ବିରୋଧରେ ଖରାପ ପିଆର କରୁଥିବା ନେଇ ଜଣାଶୁଣା…ଏକ ଫିଲ୍ମରେ ସେ ନିଜକୁ ଭଗବାନ ଶିବ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିବା ପରେ ଏବେ ପ୍ରଭୁ ରାମଙ୍କ ଚରିତ୍ରରେ ଆସିବାକୁ ଯାଉଥିବା କୁହାଯାଉଛି। ଅନ୍ୟପକ୍ଷରେ ଯେଉଁ ଅଭିନେତା କାହାର ସାହାରା ନନେଇ ନିଜର କ୍ୟାରିୟର ଗଢ଼ିଛନ୍ତି...ଯାହାଙ୍କ ଲୁକ୍ ରାମଙ୍କ ଭଳି, ତାଙ୍କୁ ଫିଲ୍ମରେ ରାବଣ ଚରିତ୍ର କରିବାକୁ ଅଫର ଦିଆଯାଇଛି। ଏହା କିଭଳି କଳିଯୁଗ ??

ତେବେ କଙ୍ଗନାଙ୍କ ଏଭଳି ଷ୍ଟାଟସକୁ ନେଇ ରଣବୀର ବା ଆଲିଆ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ଆଲିଆ ଓ ରଣବୀରଙ୍କୁ ଟାର୍ଗେଟ କରିସାରିଛନ୍ତି କଙ୍ଗନା।
Follow Us