ମୁଁ ଆସନ୍ତା ସପ୍ତାହରେ ମୁମ୍ବାଇ ଆସୁଛି, କାହା ବୋପାର ସାହସ ଅଛି ତ ଅଟକାଅ : କଙ୍ଗନା

Advertisment
କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ‌କୋର୍ଟଙ୍କ ନିର୍ଦ୍ଦେଶ

The Indian Express

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଗୋଟାଏ ପରେ ଗୋଟାଏ ବିସ୍ଫୋରକ ବୟାନ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ। ସେ ନିକଟରେ କହିଥିଲେ କି ମୁମ୍ବାଇ ତାଙ୍କୁ ପାକିସ୍ତାନ‌ ଅଧୀକୃତ କଶ୍ମୀର ପରି ଲାଗୁଛି। କଙ୍ଗନାଙ୍କ ଏପରି ବୟାନ ପରେ ଶାସକ ଶିବସେନ‌ାର ନେତା ସଞ୍ଜୟ ରାଉତ୍ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ଯଦି ଏତେ ଭୟ ଲାଗୁଛି ତେବେ ସେ ମୁମ୍ବାଇ ଆସିବା ଉଚିତ ନୁହେଁ  । ମାତ୍ର କଙ୍ଗନା ସମସ୍ତଙ୍କୁ ବେଖାତିର କରି ଟ୍ବିଟ୍‌‌ କରିଥିବା ଅନ୍ୟ ଏକ ପୋଷ୍ଟ୍‌ ପାଇଁ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୁଁ ଦେଖୁଛି ଯେ ଅନେକ ଲୋକ ମୋତେ ମୁମ୍ବାଇ ନଯିବା ପାଇଁ ଧମକ ଦେଉଛନ୍ତି। ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି ଯେ ଆସନ୍ତା ସପ୍ତାହ, ମାନେ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଯିବି। ମୁଁ ମୁମ୍ବାଇ ବିମାନବନ୍ଦରରେ ଯେତେବେଳେ ପହଞ୍ଚିବି ସେ ସମୟ ବିଷୟରେ ସୂଚନା ଦେଇଦେବି। କାହା ବୋପାର ସାହସ ଅଛି ତ ମୋତେ ଅଟକାନ୍ତୁ ।’

ଅନ୍ୟପକ୍ଷରେ କଙ୍ଗନାଙ୍କ ଏହି ଟ୍ବିଟ୍‌ରେ ନିଜ ପ୍ରତିକ୍ରିୟା ରଖି ଶିବସେନା ବିଧାୟକ ସଞ୍ଜୟ ରାଉତ କହିଛନ୍ତି କି କଙ୍ଗନାଙ୍କର ମାନସିକ ସନ୍ତୁଳନ ଠିକ୍‌ ନାହିଁ। ସଞ୍ଜୟ କହିଛନ୍ତି କି ‘ ତାଙ୍କୁ ଟ୍ବିଟ୍‌କୁ ନେଇ ମୁଁ କିଛି ବି କହିବି ନାହିଁ। ତାଙ୍କ ପରି ଭାଷା ମଧ୍ୟ ପ୍ରୟୋଗ କରିବି ନାହିଁ। ମୁଁ ମହିଳାଙ୍କ ସମ୍ମାନ କରେ। କଙ୍ଗନା ମୁମ୍ବାଇ ପୁଲିସ୍‌ର ଅପମାନ କରିଛନ୍ତି। ପୁଲିସ୍‌କୁ ନେଇ ଯାହା ଟିପ୍ପଣୀ ଦେଇଛନ୍ତି ତାହା ଭୁଲ୍‌। ଯେଉଁଭଳି ସବୁ କଥା ସାମ୍ନାକୁ ଆସୁଛି ଏହା ମାନସିକ ବିକୃତି ମାମଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe