ରଣବୀରଙ୍କୁ ଦୁଷ୍କର୍ମକାରୀ ଓ ଦୀପିକାଙ୍କୁ ପାଗଳ କହିଲେ କଙ୍ଗନା !

Advertisment

ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଦୁଷ୍କର୍ମକାରୀ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ପାଗଳ କେହି କହିବେନି। ଅଭିନେତ୍ରୀ କଙ୍ଗନା ରାନାୱତ୍ କରିଥିବା ଏଭଳି ଏକ୍ସ ପୋଷ୍ଟ ‌ଏବେ ଭାଇରାଲ ହେଉଛି।

ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଦୁଷ୍କର୍ମକାରୀ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ପାଗଳ କେହି କହିବେନି। ଅଭିନେତ୍ରୀ କଙ୍ଗନା ରାନାୱତ୍ କରିଥିବା ଏଭଳି ଏକ୍ସ ପୋଷ୍ଟ ‌ଏବେ ଭାଇରାଲ ହେଉଛି।

la

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ନିଜ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି | ଏହି ଚଳଚ୍ଚିତ୍ରରେ ସେ ପୂର୍ବତନ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମ ପାଇଁ କଙ୍ଗନା ଏବେ କ୍ରମାଗତ ଭାବରେ ବିଭିନ୍ନ ସାକ୍ଷାତକାରରେ ନଜର ଆସୁଥିବା ଦେଖାଯାଉଛି | ସାକ୍ଷାତକାରରେ ଫିଲ୍ମ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ-ବୃତ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହୁଥିବା ଦେଖିବାକୁ ମିଳିଛି | ଏ‌ବେ କଙ୍ଗନା 'ଆପ୍ କି ଅଦାଲତ'କୁ ଯାଇଥିବା ବେଳେ ତାଙ୍କୁ ତାଙ୍କ ପୁରୁଣା ଏକ୍ସ ପୋଷ୍ଟକୁ ନେଇ ପ୍ରଶ୍ନ କରାଯାଇଥିଲା, ଯାହାର ଭିଡିଓ ଏବେ ଭାଇରାଲ ହେଉଛି।

ଅଗଷ୍ଟ ୯, ୨୦୨୦ରେ କଙ୍ଗନା ଏକ୍ସରେ ପୋଷ୍ଟ କରିଥିଲେ ଯେ, “ରଣବୀର କପୁର ଅନେକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି। କିନ୍ତୁ କେହି ତାଙ୍କୁ ଦୁଷ୍କର୍ମକାରୀ ବୋଲି କହିବାକୁ ସାହସ କରନ୍ତି ନାହିଁ। ଦୀପିକା ଜଣେ ଆତ୍ମ ଘୋଷିତ ମାନସିକ ରୋଗୀ । କିନ୍ତୁ କେହି ତାଙ୍କୁ ପାଗଳ ଡାକନ୍ତି ନାହିଁ। ବଲିଉଡରେ ଏହି ନାମ କେବଳ ଛୋଟ ସହରରୁ ସଂଘର୍ଷ କରିବା ପାଇଁ ଆସିଥିବା କଳାକାରଙ୍କୁ ଦିଆଯାଏ। "

ତାଙ୍କର ଏହି ପୋଷ୍ଟକୁ ନେଇ 'ଆପ୍ କି ଅଦାଲତ'ରେ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ ହସି ହସି କହିଥିଲେ ଯେ, ଆପଣ ଏମିତି ପଚାରୁଛନ୍ତି ଯେମିତି ସେ ସ୍ବାମୀ ବିବେକାନନ୍ଦ। ସୋ’ର ଟିଜରରେ କଙ୍ଗନା ଏଭଳି କହୁଥିବା ଦେଖିବାକୁ ମିଳିଛି।

ଏ ଖବର ପଢ଼ନ୍ତୁ- https://sambad.in/special/neet-ug-success-story-of-sunny-kumar-who-cracked-neet-ug-he-also-sells-samosa-6939286

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe