ମୋଦୀ ନଥିଲେ, ମୁଁ ରାଜନୀତିରେ ପ୍ରବେଶ କରି ନଥାନ୍ତି: କଙ୍ଗନା

କଙ୍ଗନା ତାଙ୍କ ରାଜନୀତି ଯାତ୍ରାକୁ ନେଇ କହିଥି‌ଲେ, ‘ଯଦି ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦୀ ନଥାନ୍ତେ, ତେବେ ମୁଁ ଆଦୌ ରାଜନୀତିରେ ପ୍ରବେଶ କରି ନଥାନ୍ତି। ବିଜେପିରେ କଦାପି ସାମିଲ ହୋଇ ନଥାଆନ୍ତି।’

kangana ranaut

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଅଭିନେତ୍ରୀ ତଥାର ସାଂସଦ କଙ୍ଗନା ରାଣାୱତ ଇଣ୍ଡିଆ ଟିଭିର କନକ୍ଲେଭରେ ଅଂଶଗ୍ରହଣ କରିଥିଲେ। କିଛିଦିନ ହେବ ନୂଆ ଭାବେ ରାଜନୀତିରେ ପାଦ ଦେଇଥିବା କଙ୍ଗନାଙ୍କ ବୟାନ ପ୍ରାୟତଃ ଚର୍ଚ୍ଚାର ପରିସରରେ ରହିଛି। 

ଏହି କନକ୍ଲେଭରେ  ଯୋଗ ଦେବା ଅବସରରେ କଙ୍ଗନା ରାଣାୱତ ବିଭିନ୍ନ ପ୍ରସଙ୍ଗରେ ଉପରେ ଆଲୋଚନା କରିଥିଲେ। ଏହି ସମୟରେ କଙ୍ଗନା ତାଙ୍କ ରାଜନୀତି ଯାତ୍ରାକୁ ନେଇ କହିଥି‌ଲେ, ‘ଯଦି ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦୀ ନଥାନ୍ତେ, ତେବେ ମୁଁ ଆଦୌ ରାଜନୀତିରେ ପ୍ରବେଶ କରି ନଥାନ୍ତି। ବିଜେପିରେ କଦାପି ସାମିଲ ହୋଇ ନଥାଆନ୍ତି।’

ଏହି କାର୍ଯ୍ୟକ୍ରମରେ କଙ୍ଗନା ଏମାରଜେନ୍ସି ସିନେମାର ରିଲିଜ ବିଷୟରେ  ଆଲୋଚନା କରି କହିଥିଲେ,  ‘ ଲୋକମାନେ ମୋ ଫିଲ୍ମର ସତ୍ୟତା ଉପରେ ପ୍ରଶ୍ନ ଉଠାଇଥିବାରୁ ଫିଲ୍ମକୁ ଅନେକ ଦିନ ପର୍ଯ୍ୟନ୍ତ ପ୍ରମାଣପତ୍ର ଦିଆଯାଇ ନଥିଲା। ଫିଲ୍ମ ରିଲିଜ୍ ପୂର୍ବରୁ ମୋତେ ଧମକ ଦିଆଯାଇଥିଲା। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ମୋତେ ଏମାରଜେନ୍ସି ଚଳଚ୍ଚିତ୍ରରେ ଅନେକ ଦୃଶ୍ୟ ନ ଦେଖାଇବାକୁ ଚେତାବନୀ ବି ଦେଇଥିଲେ।

ତଥାପି ମୁଁ ନିଶ୍ଚିତ ଥିଲି ନିଜ କାମ ଓ ପରିଶ୍ରମ ଉପରେ ବିଶ୍ବାସ ଥିଲା କି ଦିନେ ନା ଦିନେ ସିନେମା ସମସ୍ତଙ୍କ ସାମ୍ନାକୁ ଆସିବ। ଆଉ ଆସିଲା ମଧ୍ୟ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe