ଖରାପ ଛାଡ଼ି ଏବେ ଭଲ ଫିଲ୍ମ ଦେଖ; ଗଣମାଧ୍ୟମର କ୍ୟାମେରାମ୍ୟାନଙ୍କୁ କହିଲେ କଙ୍ଗନା

କିଛି ଦିନ ତଳେ ରିଲିଜ୍ ହୋଇଥିଲା ଫିଲ୍ମ ସାବରମତି ରିପୋର୍ଟ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଅଭିନେତ୍ରୀ କଙ୍ଗନା ରାନାୱତ୍ ମଧ୍ୟ ଏହାର ପ୍ରଶଂସା କରିଛନ୍ତି।

tvikkang

ମୁମ୍ବାଇ: କିଛି ଦିନ ତଳେ ରିଲିଜ୍ ହୋଇଥିଲା ଫିଲ୍ମ 'ସାବରମତି ରିପୋର୍ଟ'। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଅଭିନେତା ବିକ୍ରାନ୍ତ ମାସେଙ୍କ ଅଭିନୟ ସମସ୍ତଙ୍କ ମନ କିଣିଥିଲା। ଏହି ଫିଲ୍ମକୁ ଏପର୍ଯ୍ୟନ୍ତ ରାଜନେତାଙ୍କଠାରୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଥିବା ବେଳେ ଅଭିନେତ୍ରୀ କଙ୍ଗନା ରାନାୱତ୍ ମଧ୍ୟ ଏହାର ପ୍ରଶଂସା କରିଛନ୍ତି।

ଫିଲ୍ମ ଦେଖିସାରିବା ପରେ ଫିଲ୍ମ କେମିତି ହୋଇଛି କଙ୍ଗନାଙ୍କୁ ପଚରାଯିବାରୁ ସେ କହିଥିଲେ, "ଆପଣମାନେ ଏବେ ଯାଏ ଫିଲ୍ମ ଦେଖିନାହାନ୍ତି? ମୋ‌ତେ ବହୁତ ଭଲ ଲାଗିଲା। ସମସ୍ତେ ଯାଇ ଫିଲ୍ମ ଦେଖ। ଏତେ ଖରାପ ଫିଲ୍ମ ଦେଖିବାକୁ ଯାଉଛ, ଭଲ ଫିଲ୍ମ ବି ଯାଇ ଦେଖିନିଅ।"

ଏହା ସହ ଏଏନଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ଏହା ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର… ଏହା ଆମ ଦେଶର ଇତିହାସ। ପୂର୍ବ ସରକାର ଆମ ଲୋକଙ୍କଠାରୁ ତଥ୍ୟ ଲୁଚାଇ ରଖିଥିଲେ। ସେତେବେଳେ ଲୋକମାନେ ଏଭଳି ଗୁରୁତର ପରିସ୍ଥିତିରେ ରାଜନୀତି କିପରି କରିଥିଲେ ତାହା ଏହି ଫିଲ୍ମରେ ଦର୍ଶାଯାଇଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe