ଘର ବିକିବା ପରେ ଏତେ କୋଟିର କାର୍ କିଣିଲେ କଙ୍ଗନା

'ଏମରଜେନ୍ସି' ରିଲିଜ୍ ବିଳମ୍ବ ହେବାରୁ ହୋଇଥିବା କ୍ଷତି ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ୍ ବାଧ୍ୟ ହୋଇ ଘର ବିକିଛନ୍ତି। ଘର ବିକ୍ରି କରିବାର କିଛି ଦିନ ପରେ ସେ ଏକ ବିଳାସପୂର୍ଣ୍ଣ କାର୍ କିଣିଥିବା ଦେଖାଯାଇଛି।

kyuio

ମୁମ୍ବାଇ: ସାଂସଦ ହେବା ପରେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାନାୱତ୍ ମୁମ୍ବାଇରେ ଥିବା ଘର ବିକିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏକ ସାକ୍ଷାତକାରରେ ଘର ବିକିଥିବା ଖବର ଉପରେ ସ୍ପଷ୍ଟୀକରଣ ରଖିଥିଲେ ଅଭିନେତ୍ରୀ । 'ଏମରଜେନ୍ସି' ରିଲିଜ୍ ବିଳମ୍ବ ହେବାରୁ ହୋଇଥିବା କ୍ଷତି ପାଇଁ ସେ ବାଧ୍ୟ ହୋଇ ଘର ବିକିଛନ୍ତି ବୋଲି କହିଥିଲେ। ଏକଥା ସ୍ବୀକାର କରିବାର କିଛି ଦିନ ପରେ ଏବେ ଅଭିନେତ୍ରୀ ଏକ ବିଳାସପୂର୍ଣ୍ଣ ଲ୍ୟାଣ୍ଡ ରୋଭର କାର୍ କିଣିଥିବା ଜଣାଯାଇଛି।

Kangana Ranaut New Car

ଅଭିନେତ୍ରୀଙ୍କ ଅନେକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେ କାର୍ ଆଗରେ ଠିଆ ହୋଇ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ଏହି ନୂତନ କାରର ମୂଲ୍ୟ ୩.୮୧ କୋଟି ଟଙ୍କା | ଲ୍ୟାଣ୍ଡ ରୋଭର ମୋଦୀ ମୋଟର୍ସ ନାମକ ଏକ ଇନଷ୍ଟାଗ୍ରାମ ପୃଷ୍ଠାରେ  କଙ୍ଗନା ରାନାୱତଙ୍କ ସହ ଏକ ଫଟୋ ସେୟାର କରାଯାଇଛି। ଧଳା ଏମ୍ବ୍ରୋଏଡେଡ୍ ସାଲୱାର କୁର୍ତ୍ତା ଏବଂ ନୀଳ ଓଢ଼ଣୀ ପକାଇଥିବା କଙ୍ଗନା ତାଙ୍କ ନୂତନ ବିଳାସପୂର୍ଣ୍ଣ କାର ସହିତ ପୋଜ୍ ଦେଉଥିବା ନଜର ଆସିଛନ୍ତି।

ଘର ବିକିବା ପରେ ତୁରନ୍ତ ଏତେ ଟଙ୍କାର କାର୍ କିଣିବା ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହୋଇଥିବା ବେଳେ କିଛି ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe