ଅଭିନେତ୍ରୀ କଙ୍ଗନା ଓ ଭଉଣୀ ରଙ୍ଗୋଲୀଙ୍କୁ ତୃତୀୟ ଥର ପାଇଁ ସମନ ଜାରି କଲା ମୁମ୍ବାଇ ପୁଲିସ୍‌

ଅଭିନେତ୍ରୀ କଙ୍ଗନା ଓ ଭଉଣୀ ରଙ୍ଗୋଲୀଙ୍କୁ ତୃତୀୟ ଥର ପାଇଁ ସମନ ଜାରି କଲା ମୁମ୍ବାଇ ପୁଲିସ୍‌

The Economic Times

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ଓ ତାଙ୍କ ଭଉଣୀ ର‌ଙ୍ଗୋଲୀ ଚାନ୍ଦେଲଙ୍କୁ ବାନ୍ଦ୍ରା ପୁଲିସ୍‌ ଷ୍ଟେସନ୍‌ରେ ଉପସ୍ଥିତ ହେବା ପାଇଁ ଏକ ନୂଆ ନୋଟିସ ଜାରି କରିଛି ମୁମ୍ବାଇ ପୁଲିସ୍‌। ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସାଂପ୍ରଦାୟିକ ଶୃଙ୍ଖଳା ଭଙ୍ଗ କରିଥିବା କାରଣରୁ କଙ୍ଗନାକୁ ନଭେମ୍ବର ୨୩ ଓ ରଙ୍ଗୋଲୀଙ୍କୁ ୨୪ରେ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିବାକୁ ନୋଟିସ୍‌ରେ କୁହାଯାଇଛି।

ବ୍ରାନ୍ଦା ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିବା ପାଇଁ ଏଥରକୁ ମିଶାଇ ମୁମ୍ବାଇ ପୁଲିସ୍‌ କଙ୍ଗନାଙ୍କୁ ୩ ଥର ନୋଟିସ୍‌ ଜାରି କରିସାରିଛି। ଏହା ପୂର୍ବରୁ ଏହି ଦୁଇ ଭଉଣୀ‌ଙ୍କୁ ଦୁଇ ଥର ସମନ ପଠାଯାଇ ସାରିଛି। ପ୍ରଥମ ସମନ କାଳରେ ସେ କହିଥିଲେ ଯେ ଘରେ ଏକ ବିବାହ ଉତ୍ସବ ଥିବାରୁ ସେ ପହଞ୍ଚି ପାରିବେ ନାହିଁ। କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକି ପୁଲିସ୍‌ ଷ୍ଟେସନ୍‌କୁ ଉତ୍ତରରେ କହିଥିଲେ ଯେ କଙ୍ଗନା ଓ ର‌ଙ୍ଗୋଲି ଏବେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ହିମାଚଳ ପ୍ରଦେଶରେ ଅଛନ୍ତି।

ଦ୍ବିତୀୟ ଥର ପାଇଁ ମୁମ୍ବାଇ ପୁଲିସ୍‌ ଏହି ଦୁଇ ଭଉଣୀଙ୍କୁ ନଭେମ୍ବର ୩ରେ ସମନ ଜାରି କରି ନଭେମ୍ବର ୧୦ରେ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିବାକୁ କହିଥିଲା। ସେଥିର ମଧ୍ୟ ଦୁଇ ଜଣ କୌଣସି ପ୍ରତିକ୍ରିୟା ଦେଇନଥିଲେ।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ମାସରେ ସୋସିଆଲ୍‌ ମିଡିଆରେ ସାଂପ୍ରଦାୟିକ ଭାବନାକୁ କ୍ଷୁର୍ଣ୍ଣ କରିବା ପରି ପୋଷ୍ଟ୍‌ କରିବା ପରେ ବିବାଦରେ ଫସିଥିଲେ ଦୁଇ ଭଉଣୀ। ସେମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe