ପୁରୁଣା ଭିଡିଓ ଭାଇରାଲ ପରେ କଙ୍ଗନାଙ୍କ ପ୍ରତିକ୍ରିୟା

Advertisment

ସେପ୍ଟେମ୍ବର ୬ରେ ‘ଏମାରଜେନ୍ସିର ରିଲିଜ ଅଟକି ଥିବା ବେଳେ କଙ୍ଗନା ସିନେମା ପ୍ରମୋସନରେ ବ୍ୟସ୍ତ। ଭାଇରାଲ ହୋଇଥିବା ପୁରୁଣା ଭିଡିଓକୁ ନେଇ ଅଭିନେତ୍ରୀ ଦେଲେ ଏଭଳି ପ୍ରତିକ୍ରିୟା।

ସେପ୍ଟେମ୍ବର ୬ରେ ‘ଏମାରଜେନ୍ସିର ରିଲିଜ ଅଟକି ଥିବା ବେଳେ କଙ୍ଗନା ସିନେମା ପ୍ରମୋସନରେ ବ୍ୟସ୍ତ। ଭାଇରାଲ ହୋଇଥିବା ପୁରୁଣା ଭିଡିଓକୁ ନେଇ ଅଭିନେତ୍ରୀ ଦେଲେ ଏଭଳି ପ୍ରତିକ୍ରିୟା।

23

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ  ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଯେଉଁ ପ୍ରସଙ୍ଗରେ ହେଉନା କାହିଁକି ଖୋଲାଖୋଲି ନିଜର ମନ୍ତବ୍ୟ ଦେଇଥାଆନ୍ତି। ଏହି କାରଣରୁ ତାଙ୍କୁ ଅନେକ ସମୟରେ ଟ୍ରୋଲର ଶିକାର ବି ହେବାକୁ ପଡ଼ିଛି। 

ଆସନ୍ତା ସେପ୍ଟେମ୍ବର ୬ ତାରିଖରେ କଙ୍ଗନାଙ୍କ ଅଭିନୀତ ‘ଏମାରଜେନ୍ସି’ ରିଲିଜ ହେବାର ଥିଲା। କିନ୍ତୁ ଅନେକ ଚେଷ୍ଟା ପରେ ବି ବିବାଦ ହେତୁ ସିନେମା ରିଲିଜ ପାଇଁ ଅନୁମତି ମିଳିଲା ନାହିଁ। ସେପ୍ଟେମ୍ବର ୧୯ରେ ସିନେମା ରିଲିଜ ହେବ ବୋଲି କୁହାଯାଉଛି। କିନ୍ତୁ ଉକ୍ତ ତାରିଖରେ ସିନେମା ରିଲିଜ ହେବା କି ନାହିଁ ତାହାର ଶୁଣାଣି ଏପର୍ଯ୍ୟନ୍ତ ବାକି ଅଛି।  ଏହାରି ଭିତରେ କଙ୍ଗନା ଏହି ସିନେମାର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି। 

ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ପୁରୁଣା ନୃତ୍ୟ ଭିଡିଓକୁ ନେଇ କଙ୍ଗନାଙ୍କୁ କିଛିଟା ପ୍ରଶ୍ନ ପଚରା ଯାଇଥିଲା। ଏହି ଭିଡିଓରେ କଙ୍ଗନା ଏକ କ୍ଲବରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। 

ଲୋକେ ଏହି ଭିଡିଓକୁ ଦେଖି ଆପତ୍ତିଜନକ ପ୍ରତିକ୍ରିୟା ଦେଇଥିଲେ।  ଏହାକୁ ନେଇ କଙ୍ଗନା ଲୋକଙ୍କ ହୀନ ମସ୍ତିଷ୍କ ଓ ଲୋକେ କିପରି ଅନ୍ୟକୁ ନିଚା ଦେଖାଇ ଥାଆନ୍ତି ସେ ପସଙ୍ଗ ଉପରେ ଆଲୋଚନା କରିଥିଲେ। 

କଙ୍ଗନା କହିଥିଲେ, ‘୧୦ବର୍ଷ ପୂର୍ବେ  ଜଣେ ଗ୍ୟାଙ୍ଗଷ୍ଟାର ଭଳି ଏକ କ୍ଲବରେ ମୁଁ ନୃତ୍ୟ କରୁଥିଲି। ଏହି ସମୟରେ ମୁଁ ମୋ ସାଙ୍ଗ ସହିତ ଥିଲି।  ଲୋକେ ଆପତ୍ତିଜନକ ଟିପ୍ପଣୀ ନିଜ ରୁଚି ମୁତାବକ ଏକାଠି କରିଥାଆନ୍ତି। ଯଦି ଜଣକ ଶରୀରର କୌଣସି ଅଙ୍ଗ ଦିଶୁଛି ଲୋକେ କହନ୍ତି ସେ ଅନ୍ୟକୁ ଆକର୍ଷିତ କରିବା ପାଇଁ ଏପରି କରିଛି। ଏଭଳି ମାନସିକତା ଆମ ଦେଶରେ ବି ଅଛି।  ମୁଁ ଏହା କହୁ ନାହିଁ କି ବାକି ଦେଶରେ ନାହିଁ। ଏହା ଏକ ସାଧାରଣ ମାନସିକତା। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe