ସୁଧୁରି ଯାଅ, ନଚେତ୍ ସୁଧାରି ଦେବେ; ମହାଦେବ ବେଟିଂ ଆପ ଦୁର୍ନୀତିରେ ସାମିଲ ଥିବା କଳାକାରଙ୍କୁ କଙ୍ଗନାଙ୍କ ଉପଦେଶ

Advertisment
ସୁଧୁରି ଯାଅ, ନଚେତ୍ ସୁଧାରି ଦେବେ; ମହାଦେବ ବେଟିଂ ଆପ ଦୁର୍ନୀତିରେ ସାମିଲ ଥିବା କଳାକାରଙ୍କୁ କଙ୍ଗନାଙ୍କ ଉପଦେଶ

ମୁମ୍ବାଇ: ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ। ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍‌କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କ ଉପରେ କଟକଣା ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ମହାଦେବ ଅନ୍ଲାଇନ୍ ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ବାହାଘରରେ ବଲିଉଡ୍‌ର ପ୍ରାୟ ୧୪ ଜଣ ସେଲିବ୍ରିଟିଙ୍କୁ ନୃତ୍ୟ ପରିବେଷଣ କରିବାର ଦେଖିବାକୁ ମିଳିଥିଲା। ୧୪ଜଣଙ୍କ ମଧ୍ୟରେ ବଲିଉଡର ଅନେକ ବଡ଼ ବଡ଼ କଳାକର ରହିଥିବା ଦେଖି ଏବେ ବଲିଉଡ କୁଇନ୍ କଙ୍ଗନା ରାନାୱତ୍ ସେମାନଙ୍କୁ ଟା‌ର୍ଗେଟ କରିଛନ୍ତି।

publive-image www.abplive.com

ସୁଧୁରି ଯାଅ, ନଚେତ୍ ସୁଧାରି ଦେବେ ବୋଲି ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି କଙ୍ଗନା। ଅଭିନେତ୍ରୀ ନିଜ ଇନଷ୍ଟା ଷ୍ଟୋରୀରେ ଏକ ସ୍କ୍ରିନସଟ ସେୟାର କରି ଲେଖିଛନ୍ତି, “ଏହି ଆପର ବିଜ୍ଞାପନ ଓ ସମର୍ଥନ ପାଇଁ ବର୍ଷକୁ ପ୍ରାୟ ୬ଥର ମୋ ପାଖକୁ ଅଫର ଆସିଥିଲା। ପ୍ରତ୍ୟେକ ଥର ସେମାନେ ମୋତେ କିଣିବା ପାଇଁ ଅଫରରେ ଅନେକ କୋଟି ଟଙ୍କା ଯୋଡିଥିଲେ। କିନ୍ତୁ ମୁଁ ପ୍ରତ୍ୟେକ ଥର ମନାକରିଥିଲି। ଏହା ନୂତନ ଭାରତ। ସୁଧୁରି ଯାଅ, ନଚେତ୍ ତୁମମାନଙ୍କୁ ସୁଧାରି ଦିଆଯିବ। ”

ଉଲ୍ଲେଖଯୋଗ୍ୟ, ୨୦୨୩ ମସିହା ଫେବ୍ରୁଆରିରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ  ସୌରଭ ଚନ୍ଦ୍ରକର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଖବରକୁ ନେଇ ଚର୍ଚ୍ଚା ହେବାରୁ ଇଡିର ନଜର ସୌରଭଙ୍କ ବ୍ୟବସାୟ ଉପରେ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe