ମୁସଲିମ ଦେଶରେ ନୁହେଁ ଭାରତରେ ମୁସଲିମ ସୁରକ୍ଷିତ; ଶେଖ ହସିନା ଭାରତ ଆସିବାରୁ ଏଭଳି କହିଲେ କଙ୍ଗନା

Advertisment
ମୁସଲିମ ଦେଶରେ ନୁହେଁ ଭାରତରେ ମୁସଲିମ ସୁରକ୍ଷିତ; ଶେଖ ହସିନା ଭାରତ ଆସିବାରୁ ଏଭଳି କହିଲେ କଙ୍ଗନା

ଢାକା: ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ୧୫ ବର୍ଷ ଶାସନର ଅନ୍ତ ଘଟାଇଛି। ୭୬ ବର୍ଷୀୟା ହସିନା ୨୦୦୯ରୁ ୧୭୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ଏସୀୟ ରାଷ୍ଟ୍ରକୁ ଶାସନ କରି ଆସୁଥିଲେ। କିନ୍ତୁ ଗତ ଗୋଟିଏ ମାସ ହେବ ସଂରକ୍ଷଣକୁ ବିରୋଧ କରି ଯୁବ ବାଂଲାଦେଶୀମାନେ ହସିନାଙ୍କ ଇସ୍ତଫା ଦାବି କରି ଆସୁଥିଲେ। ଶେଷରେ ଆନ୍ଦୋଳନକାରୀମାନେ ସେମାନଙ୍କ ଦାବିରେ ସଫଳ ହୋଇଛନ୍ତି। ହସିନାଙ୍କର ୧୫ ବର୍ଷ ଶାସନର ଅନ୍ତ ଘଟିଛି। ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ଭାରତ ଚାଲିଆସିଛନ୍ତି।

ଏମଧ୍ୟରେ ସାଂସଦ-ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଏହାକୁ ଲୋକଙ୍କ ସୁରକ୍ଷା ସହିତ ଯୋଡି ସେ କହିଛନ୍ତି ଯେ, ଯେଉଁମାନେ ବି ମୁସଲମାନ ଦେଶରେ ରୁହନ୍ତି, ସେମାନେ ସୁରକ୍ଷିତ ନୁହଁନ୍ତି। ଏକ୍ସରେ ସେ ପୋଷ୍ଟ କରିଛନ୍ତି ଯେ, "ଆମ ଚାରିପାଖରେ ଥିବା ସମସ୍ତ ଇସଲାମିକ୍ ଗଣତନ୍ତ୍ରର ମୂଳ ମାତୃଭୂମି ହେଉଛି ଭାରତ। ଆମେ ସମ୍ମାନିତ ଏବଂ ଖୁସି ଯେ ବାଂଲାଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତରେ ନିଜକୁ ନିରାପଦ ମନେ କରୁଛନ୍ତି। କିନ୍ତୁ ଭାରତରେ ରହୁଥିବା ସେ ସମସ୍ତ ଲୋକ ଯେଉଁମାନେ ପ୍ରଶ୍ନ କରୁଛନ୍ତି ‌ଯେ, ହିନ୍ଦୁ ରାଷ୍ଟ୍ର କାହିଁକି ହେବ? ରାମ ରାଜ୍ୟ କାହିଁକି ହେବ? ଏବେ ତା’ର ଉତ୍ତର ମିଳିଛି !!! ମୁସଲମାନ ଦେଶରେ କେହି ସୁରକ୍ଷିତ ନୁହଁନ୍ତି। ନିଜେ ମୁସଲମାନ ମଧ୍ୟ ନୁହଁନ୍ତି। ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶ ଏବଂ ବ୍ରିଟେନରେ ଯାହା ଘଟୁଛି ତାହା ଦୁର୍ଭାଗ୍ୟଜନକ। ଆମେ ଭାଗ୍ୟବାନ ଯେ ଆମେ ରାମ ରାଜ୍ୟରେ ବାସ କରୁଛୁ। ଜୟ ଶ୍ରୀ ରାମ !!"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe