zeenews.india.com
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମୁମ୍ବାଇ ଫେରିଛନ୍ତି। ସେ ମଙ୍ଗଳବାର ମୁମ୍ବାଇରେ ପହଞ୍ଚି ମୁମ୍ବା ଦେବୀ ଏବଂ ଶ୍ରୀ ସିଦ୍ଧବିନାୟକ ମନ୍ଦିର ଯାଇ ପ୍ରାର୍ଥନା କରିଛନ୍ତି। ଅଭିନେତ୍ରୀ ମୁମ୍ବାଇରେ ପହଞ୍ଚି ନିଜର ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି କି ସେ ନିଜକୁ ସୁରକ୍ଷିତ ଏବଂ ନିରାପଦ ମନେ କରୁଛନ୍ତି।
କଙ୍ଗନା ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଏ ନେଇ ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି କି ‘ମୋ ପ୍ରିୟ ସହର ମୁମ୍ବାଇକୁ ପୁଣି ଥରେ ଫେରିବାକୁ ମୋତେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶେଷର ମୁଁ ଏଠାରେ ପହଞ୍ଚି ମୁମ୍ବା ଦେବୀ ଏବଂ ଶ୍ରୀ ସିଦ୍ଧବିନାୟକଙ୍କ ଆଶୀର୍ବାଦ ନେଇଛି। ମୁଁ ଏଠାରେ ନିଜକୁ ସୁରକ୍ଷିତ ଓ ନିରାପଦ ଅନୁଭବ କରୁଛି। ମୋତେ ଏଠାରେ ସ୍ବାଗତ କରାଯାଇଛି। ଜୟ ହିନ୍ଦ୍, ଜୟ ମହାରାଷ୍ଟ୍ର।’
ଆପଣ ଜାଣିଥିବେ ନିଶ୍ଚୟ ଯେ ନିକଟ ଅତୀତରେ ମୁମ୍ବାଇକୁ ପାକ୍ ଅଧିକୃତ କଶ୍ମୀର ସହ ତୁଳନା କରି କଙ୍ଗନା ଅଡୁଆରେ ଫସିଥିଲେ। ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ମୁମ୍ବାଇ ନ ଯିବାକୁ ଧମକ ଦିଆଯାଇଥିଲା। ଏପରିକି କଙ୍ଗନା ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରିଥିଲେ। ସେ ସରକାରଙ୍କୁ ଅସମ୍ମାନ କରି ଭିିଡିଓ ସୁଟ୍ କରିଛନ୍ତି ବୋଲି ଅଭିଯୋଗ ଆଣି କଙ୍ଗନାଙ୍କ ଉକ୍ତ ଭିଡିଓକୁ ମଧ୍ୟ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା।
Follow Us