ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ୍ ଏବେ ଅଭିନୟରୁ ବିରତୀ ନେଇ ରାଜନୀତିରେ ମନ ଦେଇଛନ୍ତି। ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ପ୍ରତିକ୍ରିୟା ଦେଉଥିବା କଙ୍ଗନା ନିକଟରେ ହିମାଚଳରେ ନିଜର ଏକ ରେସ୍ତୋରାଁ ଖୋଲିଥିବା ଘୋଷଣା କରିଥିଲେ। ଜୀବନରେ ଏତେ ସବୁ ହାସଲ କରିବା ପରେ ବି ଏକାକୀ ଅଛନ୍ତି କଙ୍ଗନା। ନା କୌଣସି ଅଭିନେତାଙ୍କ ସହ ତାଙ୍କ ନାମ ଯୋଡା ଯାଉଛି ନା ସେ ନିଜେ ନିଜ ବିବାହ ବିଷୟରେ ଘୋଷଣା କରୁଛନ୍ତି। ଏମଧ୍ୟରେ କଙ୍ଗନା କେବେ ବିବାହ କରିବେ ସେ ପ୍ରଶ୍ନ ସମସ୍ତେ ପଚାରିବା ଆରମ୍ଭ କରିଛନ୍ତି।
ତେବେ କିଛି ମାସ ତଳେ କଙ୍ଗନା ଏହାର ଜବାବ ଦେଇଥିଲେ। ସେ କହିଥିଲେ ଯେ, "ମୁଁ ନିଶ୍ଚିତ ଭାବେ ବିବାହ କରିବାକୁ ଚାହୁଁଛି।" ସାଂସଦ ଭାବରେ ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ମଧ୍ୟରେ ସେ ବିବାହ କରିବେ କି ବୋଲି ପଚରାଯାଇଥିବା ବେଳେ କଙ୍ଗନା ଉତ୍ତର ଦେଇଥିଲେ, "ଆଶା କରୁଛି। କାରଣ ଏହା ପରେ ବିବାହ କରିବାର କୌଣସି ଅର୍ଥ ନାହିଁ ।"
ଯେତେବେଳେ ପଚରାଗଲା ପ୍ରଶଂସକମାନଙ୍କୁ ଅଭିନେତ୍ରୀ କେବେ ବିବାହ ବିଷୟରେ କହିବେ, ଉତ୍ତରରେ ସେ ମଜାରେ କହିଥିଲେ, ପ୍ରଥମେ ମୋର ଚଳଚ୍ଚିତ୍ର ('ଏମରଜେନ୍ସି') ରିଲିଜ୍ ହେଉ, ତା’ପରେ ଆମେ କଥା ହେବା ।
ତେବେ 'ଏମରଜେନ୍ସି' ରିଲିଜ୍ ହୋଇସାରିଥିଲେ ବି କଙ୍ଗନା ନିଜ ବିବାହ ବିଷୟରେ କୌଣସି ଘୋଷଣା କରିନାହାନ୍ତି।
Follow Us