ମୁଁ ନିର୍ଦ୍ଦେଶନା ଦେଲେ ଫିଲ୍ମ ହିଟ୍ ହୁଏ, କାରଣ ମୁଁ ଦର୍ଶକଙ୍କ ମନ କଥା ଭଲ ଭାବେ ଜାଣେ: କଙ୍ଗନା

Advertisment
ମୁଁ ନିର୍ଦ୍ଦେଶନା ଦେଲେ ଫିଲ୍ମ ହିଟ୍ ହୁଏ, କାରଣ ମୁଁ ଦର୍ଶକଙ୍କ ମନ କଥା ଭଲ ଭାବେ ଜାଣେ: କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କିଛି ଦିନ ପୂର୍ବରୁ ନିଜର ସୁପରଫ୍ଲପ୍ ଫିଲ୍ମ ଧାକଡକୁ ନେଇ ଟ୍ରୋଲ ହୋଇଥିବା ବେଳେ ଏବେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ତେବେ ସେ ଏହି ଫିଲ୍ମରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେବେ। କେବଳ ନିର୍ଦ୍ଦେଶନା ନୁହେଁ, ଫିଲ୍ମର ପ୍ରଯୋଜନା ଦାୟିତ୍ବ ମଧ୍ୟ କଙ୍ଗନା ନେଇଥିବା ସାମ୍ନାକୁ ଆସିଛି।

ତେବେ ଫିଲ୍ମ 'ଧାକଡ ଫ୍ଲପ ହୋଇଥିଲେ ବି 'ଏମରଜେନ୍ସି' ବ୍ଲକବଷ୍ଟର ହେବ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ବାସ ଥିବା କହିଛନ୍ତି କଙ୍ଗନା। ତାଙ୍କ କହିବା ମୁତାବକ, ମୋର ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ 'ମଣିକର୍ଣ୍ଣିକା: ଦ କୁଇନ ଅଫ୍ ଝାନସୀ' ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରିଥିଲା। ସେବେଠାରୁ ମୁଁ ଆଉ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଚିନ୍ତା କରୁଥିଲି, କିନ୍ତୁ ମୋର ଅନେକ ଫିଲ୍ମର ସୁଟିଂ ବାକି ରହିଯାଇଥିବାରୁ ମୁଁ ଏହା କରିପାରୁନଥିଲି। ମୁଁ ଭାବୁଛି ମୁଁ ଲୋକଙ୍କ ମନ କଥା ଭଲ ଭାବେ ଜାଣିଛି। ମୁଁ ଭାବୁଛି ଦର୍ଶକ ଏପରି କିଛି ଦେଖିବାକୁ ଚାହାନ୍ତି ଯାହା ସେମାନଙ୍କୁ ମାନସିକ ସ୍ତରରେ ସଚେତନ କରିପାରିବ। ତେବେ ଫିଲ୍ମ ଏମରଜେନ୍ସି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମୁଁ ଆଶା କରୁଛି। ଯେବେଠୁ ଏହାର ଟିଜର ଲଞ୍ଚ ହୋଇଛି, ଏହା ନଂ୧ରେ ଟ୍ରେଣ୍ଡ କରୁଛି। ଏଥିରୁ ଜଣାପଡ଼ୁଛି, ଫିଲ୍ମର ଟିଜରଟି ଦର୍ଶକଙ୍କୁ କେତେ ପସନ୍ଦ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe