ସତ୍ୟପାଠରେ ସମ୍ପତ୍ତିର ତଥ୍ୟ ଦେଲେ କଙ୍ଗନା, ପ୍ରଧାନମନ୍ତ୍ରୀଙ୍କଠାରୁ ଏତେ ଅଧିକ ତାଙ୍କ ସମ୍ପତ୍ତି

Advertisment
ସତ୍ୟପାଠରେ ସମ୍ପତ୍ତିର ତଥ୍ୟ ଦେଲେ କଙ୍ଗନା, ପ୍ରଧାନମନ୍ତ୍ରୀଙ୍କଠାରୁ ଏତେ ଅଧିକ ତାଙ୍କ ସମ୍ପତ୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ବର ଉତ୍ତୋଳନ କରୁଥିବା କଙ୍ଗନାଙ୍କୁ ବିଜେପି ମଣ୍ଡିରୁ ଟିକେଟ ଦେଇଛି। ପ୍ରାର୍ଥିପତ୍ର ଦାଖଲ ସମୟରେ କଙ୍ଗନା ନିଜ ସମ୍ପତ୍ତିର ବିବରଣୀ ଦେଇଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସତ୍ୟପାଠ ଅନୁଯାୟୀ, କଙ୍ଗନା ରାଣାୱତ ମୋଟ ୯୧କୋଟି ଟଙ୍କାର ମାଲିକାଣୀ ଅଟନ୍ତି, ଯେଉଁଥିରେ ଅଳଙ୍କାର, କାର ଏବଂ ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ। ଏହା ସହ ସେ ୧୭କୋଟି ଟଙ୍କାର ଋଣ ମଧ୍ୟ କରିଛନ୍ତି। ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୮.୭ କୋଟି ଏବଂ ସ୍ଥାବର ସମ୍ପତ୍ତିର ମୂଲ୍ୟ ୬୨.୯ କୋଟି । ମୁମ୍ବାଇର ତିନୋଟି ଘର, ମନାଲିରେ ଏକ ବଙ୍ଗଳା ଏବଂ ଚଣ୍ଡିଗଡ଼ରେ ତାଙ୍କର ଚାରିଟି ଜମି ରହିଥିବା ସେ ଜଣାଇଛନ୍ତି।

ଅଳଙ୍କାର ଦେଖିବାକୁ ଗଲେ ତାଙ୍କ ପାଖରେ ୫କୋଟି ମୂଲ୍ୟର ୬.୭ କିଲୋ ସୁନା ଅଳଙ୍କାର , ୫୦ଲକ୍ଷର ୬୦କିଲୋଗ୍ରାମ ରୂପା ଅଳଙ୍କାର ଏବଂ ୩ କୋଟି ଟଙ୍କାର ହୀରା ଅଳଙ୍କାର ରହିଛି। ତାଙ୍କ ପାଖରେ ତିନୋଟି ବିଳାସପୂର୍ଣ୍ଣ କାର୍ ମଧ୍ୟ ରହିଛି। ସେଗୁଡ଼ିକ ହେଲା ୯୮ଲକ୍ଷ ଟଙ୍କା ମୂଲ୍ୟର ବିଏମଡବ୍ଲୁ, ୫୮ଲକ୍ଷ ଟଙ୍କା ମୂଲ୍ୟର ମର୍ସିଡିଜ୍ ବେଞ୍ଜ୍ ଏବଂ ୩.୯୧ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ୍ ମେବାକ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe