ବଲିଉଡର କୌଣସି ତାରକା ମୋ ବନ୍ଧୁ ହେବାକୁ ଯୋଗ୍ୟ ନୁହନ୍ତି: କଙ୍ଗନା ରାଣାୱତ୍

Advertisment
ବଲିଉଡର କୌଣସି ତାରକା ମୋ ବନ୍ଧୁ ହେବାକୁ ଯୋଗ୍ୟ ନୁହନ୍ତି: କଙ୍ଗନା ରାଣାୱତ୍

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାଣାୱତ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଧାକଡ’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି।  ଟ୍ରେଲରରେ କଙ୍ଗନାଙ୍କ ଆକ୍ସନ ଦୃଶ୍ୟ ଦେଖିବା ପରେ ଫିଲ୍ମକୁ ଦେଖିବା ପାଇଁ ଏବେ ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢ଼ିଯାଇଛି। ସବୁବେଳେ ମହିଳାଧର୍ମୀ ଫିଲ୍ମ କରିବାକୁ ଚାହୁଁଥିବା କଙ୍ଗନାଙ୍କ ଏହି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିବ ବୋଲି ଚର୍ଚ୍ଚା ହେଉଛି। ତେବେ ନିଜ ଅଭିନୟ ଜରିଆରେ ସେ ଦର୍ଶକଙ୍କ ମନ କିଣିଥିଲେ ବି କୌଣସି ବଲିଉଡ କଳାକାରଙ୍କୁ ନିଜର ବନ୍ଧୁ କରିପାରିନାହାନ୍ତି। ପୂର୍ବରୁ ସେ ଅନେକ କଳାକାରଙ୍କୁ ଟାର୍ଗେଟ କରି ବିବାଦୀୟ ମନ୍ତବ୍ୟ ଦେଇଥିବା ବେଳେ ଏବେ ମଧ୍ୟ ସେଭଳି କରିଥିବା ଦେଖାଯାଇଛି।

ନିଜର ଆଗାମୀ ଫିଲ୍ମ ‘ଧାକଡ’ର ପ୍ରମୋସନ ବେଳେ କଙ୍ଗନା ରାଣାୱତ୍ କହିଛନ୍ତି ଯେ ବଲିଉଡରେ କେହି ତାଙ୍କ ବନ୍ଧୁ ହେବାକୁ ଯୋଗ୍ୟ ନୁହଁନ୍ତି। ବଲିଉଡରେ ଏଭଳି କୌଣସି ବ୍ୟକ୍ତି ନାହାଁନ୍ତି ଯାହାକୁ ସେ ତାଙ୍କ ଘରକୁ ଡାକିବାକୁ ଚାହିଁବେ।

publive-image

ସୂଚନା ମୁତାବକ, ଏକ ସାକ୍ଷାତକାରରେ କଙ୍ଗନା ରାଣାୱତଙ୍କୁ ପଚରାଯାଇଥିଲା ଯେ, ତିନି ଜଣ ବଲିଉଡ କଳାକାରଙ୍କ ନାଁ କୁହନ୍ତୁ, ଯାହାକୁ ଆପଣ ରବିବାର ଦିନ ନିଜ ଘରକୁ ନିମନ୍ତ୍ରଣ କରିବାକୁ ପସନ୍ଦ କରିବେ। ଏହାର ଜବାବରେ କଙ୍ଗନା କହିଥିଲେ, ବଲିଉଡରେ ସେଭଳି କୌଣସି କଳାକାର ନାହାନ୍ତି, ଯିଏ ମୋ ଘରକୁ ଆସିବାକୁ ଯୋଗ୍ୟ। ବାହାରେ ଦେଖା ହୋଇପାରିବେ, କିନ୍ତୁ ଘରେ ନୁହନ୍ତି।

ତେବେ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଧାକଡ’ ଆସନ୍ତା ୨୦ ରେ ରିଲିଜ ହେବାକୁ ଯାଉଛି। ଏହା ରଜନୀଶ ଘାଇଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ। କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe