ଏସିଡ ଆକ୍ରମଣ ପରେ କଙ୍ଗନାଙ୍କ ଭଉଣୀଙ୍କ ହୋଇଥିଲା ୫୩ଟି ସର୍ଜରି, ଯୋଗ ଦ୍ବାରା ଫେରିଲା ଆଖିର ରଶ୍ମି

ଏସିଡ ଆକ୍ରମଣ ପରେ କଙ୍ଗନାଙ୍କ ଭଉଣୀଙ୍କ ହୋଇଥିଲା ୫୩ଟି ସର୍ଜରି, ଯୋଗ ଦ୍ବାରା ଫେରିଲା ଆଖିର ରଶ୍ମି

ନୂଆଦିଲ୍ଲୀ: ଜୁନ ୨୧କୁ ସମଗ୍ର ଦୁନିଆରେ ଯୋଗ ଦିବସ ଭାବେ ପାଳନ କରାଯାଏ। ତେବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିମାନେ ଯୋଗକୁ ବହୁ ଗୁରୁତ୍ବ ଦେଉଛନ୍ତି।

ଏହି କ୍ରମରେ ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି, ‘ମୁଁ ପ୍ରତିଦିନ ଯୋଗ କରେ, ଆଉ ମୋ ପରିବାର ଯୋଗ କରି ଫିଟ ରହିଛନ୍ତି। ମୋ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କ ଜୀବନରେ ଯୋଗର ବହୁ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି।’

କଙ୍ଗନା ରଙ୍ଗୋଲି ଚନ୍ଦେଲ, ତାଙ୍କ ପୁଅ ଓ ସ୍ବାମୀଙ୍କ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ରଙ୍ଗୋଲିଙ୍କ ପରିବାର ଯୋଗ କରୁଥିବା ନଜର ଆସିଛନ୍ତି। ଏଥିସହିତ କଙ୍ଗନା ରଙ୍ଗୋଲି କିପରି ଏସିଡ ଆକ୍ରମଣ ଶିକାର ହୋଇଥିଲେ ସେ ଘଟଣାକୁ ବି ଆଲୋଚନା କରିଛନ୍ତି।

ଏସିଡ ଆକ୍ରମଣ ପରେ ରଙ୍ଗୋଲି କଥା ହେବା ବନ୍ଦ କରି ଦେଇଥିଲେ। ଜଣେ ରୋଡ ସାଇଡ ରୋମିଓ ରଙ୍ଗୋଲିଙ୍କ ଉପରେ ଏସିଡ ଆକ୍ରମଣ କରିଥିଲା। ଯେତେବେଳେ ସେ ୨୧ବର୍ଷର ଥିଲେ। ଏହାଦ୍ବାରା ତାଙ୍କ ମୁହଁ, ଆଖି, କାନ ଓ ଛାତି ଜଳି ଯାଇଥିଲା। ଦୁଇରୁ ତିନି ବର୍ଷ ମଧ୍ୟରେ ୫୩ଟି ସର୍ଜରି କରିବାକୁ ପଡ଼ିଛି। ଏହାଦ୍ବାରା ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। କଥା ହେବା ବନ୍ଦ କରି ଦେଇଥିଲେ। ମୁଁ ସେତେବେଳେ ୧୯ବର୍ଷର ଥିଲା। ଭଉଣୀଙ୍କୁ କେମିତି ସାହାଯ୍ୟ କରିବି ଚିନ୍ତା କରି ପାରୁ ନଥିଲି। ‌ଯୋଗ କ୍ଲାସ ଯାଉଥିବା ସମୟରେ ଭଉଣୀ ରଙ୍ଗୋଲିଙ୍କୁ ନେଇକି ଗଲି। ସେଠାରେ ତାଙ୍କ ମଧ୍ୟରେ କିଛି ପରିବର୍ତ୍ତନ ଦେଖିବାକୁ ପାଇଥିଲି। ସେ ଧୀରେ ଧୀରେ ସମସ୍ତଙ୍କ ସହିତ କଥା ହେଲେ। କେବଳ ଏତିକି ନୁହେଁ କିଛି ଦିନ ଯୋଗ କରିବା ପରେ ତାଙ୍କ ଆଖିର ରଶ୍ମି ଫେରି ଆସିଥିଲା। ଏଥିସହିତ ଆଉ ଏକ କଥା। ଯୋଗ କରିବା ଦ୍ବାରା ମା’ଙ୍କ ହେବାର ଥିବା ହାର୍ଟ ସର୍ଜରୀକୁ ବି ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe