ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଲିବୟ’, କଙ୍ଗନା ରାନାୱତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ କହିଲେ ଏହି କଥା

Advertisment
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଲିବୟ’, କଙ୍ଗନା ରାନାୱତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ କହିଲେ ଏହି କଥା

Image Source--India Today

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ୍ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ସବୁବେଳେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅତୀତରେ ଦୁହେଁ ଅନେକ ବଲିଉଡ୍ କଳାକାରଙ୍କୁ ଟାର୍ଗେଟ କରିବା ସହ ଟୁଇଟ୍ ଜରିଆରେ ସେମାନଙ୍କର ଅସଲ ଚେହେରା ସାମ୍ନାକୁ ଆଣିଛନ୍ତି। ଏବେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଏକ ହିନ୍ଦୀ ସିନେମା ‘ଗଲିବୟ’କୁ ଟାର୍ଗେଟ କରିଛନ୍ତି।

ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ତଥା ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଲିବୟ’ ଓସ୍କାର ଦୌଡ଼ରୁ ବାଦ୍ ପଡ଼ିବା ପରେ ରଙ୍ଗୋଲି ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି ‘ ଏହି ଫିଲ୍ମ ହଲିଉଡ ସିନେମା ‘ଏଇଟ୍ ମାଇଲ୍’ ଉପରେ ଆଧାରିତ। ‘ଉରି’ ଏବଂ ‘ମଣିକର୍ଣ୍ଣିକା’ ଭଳି ଏହାର କଥାବସ୍ତୁ ମୌଳିକ ନୁହେଁ।’


ସୂଚନାଯୋଗ୍ୟ, କିଛି ଦିନତଳେ ଅଭିନେତ୍ରୀ ଆଲିଆ ଭଟ୍ଟ ଟଙ୍କା ଦେଇ ଆଲିଆ ଆୱାର୍ଡ କିଣୁଥିବା କହିବା ସହ ସେ ଏକ ଭିଡିଓ ସେୟାର କରିଥିଲେ।ସେହି ଭିଡିଓରେ ଆଲିଆ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ ନେଇ ବାହାରୁଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଫଟୋଗ୍ରାଫରମାନେ ତାଙ୍କର ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିଲେ। ତେବେ ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଆଲିଆ ଆୱାର୍ଡ ଧରି ବାହାରକୁ ଆସୁଥିବା ଦେଖି ରଙ୍ଗୋଲି ତାଙ୍କୁ ଟାର୍ଗେଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe