କଙ୍ଗନା ରାନାଓ୍ଵତଙ୍କ ପରେ ଭଉଣୀ ରଙ୍ଗୋଲୀଙ୍କ ପାଖକୁ ଲିଗାଲ୍‌ ନୋଟିସ୍‌ ପଠାଇଲେ ଆଦିତ୍ୟ ପାଞ୍ଚୋଲୀ!

Advertisment
କଙ୍ଗନା ରାନାଓ୍ଵତଙ୍କ ପରେ ଭଉଣୀ ରଙ୍ଗୋଲୀଙ୍କ ପାଖକୁ ଲିଗାଲ୍‌ ନୋଟିସ୍‌ ପଠାଇଲେ ଆଦିତ୍ୟ ପାଞ୍ଚୋଲୀ!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା କଙ୍ଗନା ରାନାଓ୍ଵତ ଅନେକ ସମୟରେ ଟେଲିଭିଜନର କେତେକ ଚାନେଲରେ ଦେଇଥିବା ସାକ୍ଷାତକାରରେ ଅନେକ କଥା କହି ଅଭିନେତା ଆଦିତ୍ୟ ପାଞ୍ଚୋଲୀ ଏବଂ ତାଙ୍କ ପରିବାର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ ରିତିକ୍‌ ରୋଶନଙ୍କ ସଂପର୍କରେ ବି କଟୁ ମନ୍ତବ୍ୟ ଦେଇଛନ୍ତି। ଏହାକୁ ଆଦିତ୍ୟ ପାଞ୍ଚୋଲୀ କିନ୍ତୁ ବରଦାସ୍ତ କରିନାହାନ୍ତି। ସେ କହିଛନ୍ତି ଯେ ଏଭଳି ଟିପ୍ପଣୀ ତାଙ୍କ ପରିବାରର ମାନହାନି କରିବା ସହ ତାଙ୍କୁ ଆଘାତ ଦେଇଛି। ଏଣୁ ଆଦତ୍ୟ ଏହା ପ୍ରତିବାଦରେ କଙ୍ଗନାଙ୍କୁ ପାଖକୁ ଲିଗାଲ୍‌ ନୋଟିସ୍‌ ପଠାଇଥିଲେ । ଏହା ମାନହାନି ମକଦ୍ଦମାର ପ୍ରାରମ୍ଭିକ ପର୍ଯ୍ୟାୟ।

କଙ୍ଗନାଙ୍କୁ ପାଖରେ ଲିଗାଲ୍‌ ନୋଟିସ୍‌ ପହଞ୍ଚିବାପରେ କଙ୍ଗନା ରାନାଓ୍ଵତଙ୍କ ପରେ ଭଉଣୀ ରଙ୍ଗୋଲୀ ଟ୍ଵିଟରରେ କଙ୍ଗନାଙ୍କ ପକ୍ଷନେଇ ଆଦିତ୍ୟଙ୍କ ପୁଅ ଏବଂ ଝିଅଙ୍କ ବିରୁଦ୍ଧରେ କେତେକ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଏହାର ପ୍ରତିବାଦରେ ଆଦିତ୍ୟ ପାଞ୍ଚୋଲୀ ରଙ୍ଗୋଲୀଙ୍କ ପାଖକୁ ମଧ୍ୟ ଲିଗାଲ୍‌ ନୋଟିସ୍‌ ପଠାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe