ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ କଙ୍ଗନା

Advertisment
ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ କଙ୍ଗନା

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇସ୍ଥିତ ବାସଭବନରୁ ମୁମ୍ବାଇ ପୁଲିସ ଆଜି ଗିରଫ କରିଛି । ୨୦୧୮ ମସିହାର ଜଣେ ଇଂଟେରିୟର ଡିଜାଇନରଙ୍କୁ କଥିତ ଭାବେ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି । ଏହା ସହ ମୁମ୍ବାଇ ପୁଲିସ ଦୁର୍ବବ୍ୟହାର କରିଥିବା ଖୋଦ ଅର୍ଣ୍ଣବ ଅଭିଯୋଗ କରିଛନ୍ତି ।
ତେବେ ଅର୍ଣ୍ଣବଙ୍କ ଏହି ଗିରଫଦାରୀକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୃଢ ନିନ୍ଦା କରିଛନ୍ତି | ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ରମଣ ପୁଣି ଥରେ ଆପାତକାଳୀନ ଅବସ୍ଥାକୁ ମନେପକାଇଦେଉଛି ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି | ଅନ୍ୟ ପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି | ଏହି ପରିପ୍ରେକ୍ଷୀରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଅନେକଙ୍କୁ ଟ୍ୱିଟ କରିଛନ୍ତି। ଏଥିସହ ସେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ମାଧ୍ୟମରେ ସେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଏହି ଭିଡିଓରେ କଙ୍ଗନା ରାନାୱତ କହିଛନ୍ତି, 'ମୁଁ ମହାରାଷ୍ଟ୍ର ସରକାରଙ୍କୁ ପଚାରିବାକୁ ଚାହେଁ ଯେ ଆପଣ ଆଜି ଅର୍ଣ୍ଣବ ଗୋସ୍ୱାମୀଙ୍କ ଘରକୁ ଯାଇ ତାଙ୍କୁ ମାରିଛନ୍ତି, ତାଙ୍କ କେଶ ଟାଣିବା ସହିତ ଅପମାନ କରିଛନ୍ତି। କେତେ ଘର ଭାଙ୍ଗିବେ? କେତେଜଣଙ୍କ ଗଳା ଚିପିବେ? କେତେଜଣଙ୍କ କେଶ ଟାଣିବେ? କେତେଜଣଙ୍କ ସ୍ୱର ବନ୍ଦ କରିବେ? ସୋନିଆ ସେନା କେତେଜଣଙ୍କ ମୁହଁ ବନ୍ଦ କରିବ? ଏହା ପୂର୍ବରୁ ଅନେକ ସହିଦଙ୍କ ଗଳା କଟା ଯାଇଛି। ସ୍ବାଧୀନ ଭାବେ କିଛି କହିଥିବାରୁ ସେମାନଙ୍କୁ ଫାଶୀ ଦିଆଯାଇଛି, କିଛି ଅସୁବିଧା ନାହିଁ। '

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe