‘କରୋନାରୁ କିପରି ସୁସ୍ଥ ହେଲି କହିବାକୁ ଚାହୁଁଛି କିନ୍ତୁ କହିବି ନାହିଁ’: କଙ୍ଗନା ରଣାୱତ 

Advertisment
‘କରୋନାରୁ କିପରି ସୁସ୍ଥ ହେଲି କହିବାକୁ ଚାହୁଁଛି କିନ୍ତୁ କହିବି ନାହିଁ’: କଙ୍ଗନା ରଣାୱତ 

India TV

ନୂଆଦିଲ୍ଲୀ:  କିଛିଦିନ ତଳେ ଅର୍ଥାତ ମଇ ୮ ତାରିଖରେ କଙ୍ଗନା ରଣାୱତ କରୋନା ପଜିଟିଭ ଥିବା ଖବର ମିଳିଥିଲା। ତେବେ ‌ସେ କୋଭିଡ ପଜିଟିଭ ଥିବା ପୋଷ୍ଟ କରିବାର କିଛି ସମୟ ପରେ ଡିଲଟ କରି ଦେଇଥିଲେ। କିନ୍ତୁ ଆଜି କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିବା ସେୟାର କରିଛନ୍ତି।

କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି, ‘ଆଜି ମୁଁ କୋଭିଡ ନେଗେଟିଭ୍ ହୋଇଗଲି । ମୁଁ କିପରି ଭାଇରସକୁ ହରାଇଲି ସେ ବିଷୟରେ ବହୁତ କିଛି କହିବାକୁ ଚାହେଁ କିନ୍ତୁ ମୋତେ କୋଭିଡ ଫ୍ୟାନ୍ କ୍ଲବକୁ ଆଘାତ ନକରିବାକୁ କୁହାଯାଇଛି … ହଁ ଭାଇରସ ପ୍ରତି ଟିକେ ଅସମ୍ମାନ ଦେଖାଇଲେ, କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରକୃତରେ ଆଘାତ ପାଆନ୍ତି । ଆପଣଙ୍କ ଭଲପାଇବା ଏବଂ ଶୁଭକାମନା ପାଇଁ ଧନ୍ୟବାଦ ।’

kangana ranaut instagram

କଙ୍ଗନା ରଣାୱତ ତାଙ୍କ କୋଭିଡ ପଜିଟିଭ ବିଷୟରେ ମେ ୮ରେ ସୂଚନା ଦେଇ କହିଥିଲେ, ‘ଗତ କିଛି ଦିନ ହେବ ମୁଁ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରୁଥିଲି ଏବଂ ମୋ ଆଖି ସାମାନ୍ୟ ପୋଡ଼ିଲା ଭଳି ଅନୁଭବ ହେଉଥିଲା । ମୁଁ ହିମାଚଳ ଯିବାକୁ ଚିନ୍ତା କରୁଥିଲି, ତେଣୁ ମୁଁ  ମୋର କରୋନା ପରୀକ୍ଷା  କରିଥିଲି ଏବଂ  ଏହାର ଫଳାଫଳ ଆସିଛି । ମୁଁ କୋଭିଡ୍ ପଜିଟିଭ୍ । ମୁଁ ନିଜକୁ କ୍ବାରେଣ୍ଟାଇନ କରି ଦେଇଛି । ମୋର କୌଣସି ଧାରଣା ନଥିଲା ଯେ ଏହି ଭୂତାଣୁ ମୋ ଶରୀରରେ ଅଛି । ବର୍ତ୍ତମାନ ମୁଁ ଜାଣେ ମୁଁ ଏହାକୁ ଶେଷ କରିବି  ।ଯଦି ତୁମେ ଭୟଭୀତ ହୁଅ, ତେବେ ଏହା ତୁମକୁ ଅଧିକ ଭୟଭୀତ କରିବ । ଚାଲ ଏହି କୋଭିଡ୍-୧୯କୁ ଶେଷ କରିବା । ଏହା ଏକ ଛୋଟ ଫ୍ଲୁ ଛଡା ଆଉ କିଛି ନୁହେଁ । ହରହର ମହାଦେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe