ମୁଁ ଆଉ କେବେ ରାଜନୈତିକ ଫିଲ୍ମ ତିଆରି କରିବି ନାହିଁ: କଙ୍ଗନା

Advertisment

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମରଜେନ୍ସି' ରିଲିଜକୁ ଅନୁମତି ମିଳିଯାଇଛି। ତେବେ ଫିଲ୍ମ ତିଆରିଠାରୁ ଆରମ୍ଭ କରି ଏହାକୁ ରିଲିଜ୍ କରାଇବା ପର୍ଯ୍ୟନ୍ତ କଙ୍ଗନାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିବାରୁ ଆଉ କେବେ ବି ରାଜନୈତିକ ଫିଲ୍ମ ତିଆରି କରିବି ନାହିଁ ବୋଲି କହିଛନ୍ତି କଙ୍ଗନା।

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମରଜେନ୍ସି' ରିଲିଜକୁ ଅନୁମତି ମିଳିଯାଇଛି। ତେବେ ଫିଲ୍ମ ତିଆରିଠାରୁ ଆରମ୍ଭ କରି ଏହାକୁ ରିଲିଜ୍ କରାଇବା ପର୍ଯ୍ୟନ୍ତ କଙ୍ଗନାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିବାରୁ ଆଉ କେବେ ବି ରାଜନୈତିକ ଫିଲ୍ମ ତିଆରି କରିବି ନାହିଁ ବୋଲି କହିଛନ୍ତି କଙ୍ଗନା।

tkanganara

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମରଜେନ୍ସି' ରିଲିଜକୁ ଅନୁମତି ମିଳିଯାଇଛି। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬, ୨୦୨୪ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ଶିଖ ସମ୍ପ୍ରଦାୟର ଆପତ୍ତି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ହେଲେ ପରେ ସେନସର ବୋର୍ଡ ଏହି ଫିଲ୍ମକୁ ରିଲିଜ୍ ପାଇଁ ଅନୁମତି ଦେଇଥିଲେ। ଫିଲ୍ମ ତିଆରିଠାରୁ ଆରମ୍ଭ କରି ଏହାକୁ ରିଲିଜ୍ କରାଇବା ପର୍ଯ୍ୟନ୍ତ କଙ୍ଗନାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ଏହାକୁ ଦେଖି କଙ୍ଗନା ଆଉ କେବେ ବି ରାଜନୈତିକ ଫିଲ୍ମ ତିଆରି କରିବି ନାହିଁ ବୋଲି କହିଛନ୍ତି।

ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ସୋସାକୁ ସାକ୍ଷାତକାର ଦେଇ କଙ୍ଗନା କହିଛନ୍ତି ଯେ, "ମୁଁ ଆଉ କେବେ ରାଜନୈତିକ ଚଳଚ୍ଚିତ୍ର ନିର୍ମାଣ କରିବି ନାହିଁ। ଏହାକୁ ନେଇ ମୁଁ ଏବେ ଆଉ ବହୁତ ଉତ୍ସାହିତ ନୁହେଁ। ରାଜନୀତିକୁ ନେଇ ଫିଲ୍ମ ତିଆରି କରିବା ବହୁତ କଷ୍ଟକର। ମୁଁ ଏବେ ବୁଝିପାରୁଛି କାହିଁକି ଅନେକ ଲୋକ ଏହା କରନ୍ତି ନାହିଁ। ଅନେକ ସମସ୍ୟା ସତ୍ତ୍ବେ ବି ମୁଁ ସେଟରେ କେବେ କାହା ଉପରେ ରାଗି ନଥିଲି। ସେମିତିରେ ବି କେବଳ ନିର୍ଦ୍ଦେଶକ ହୋଇଥିଲେ ମୁଁ ପ୍ରଯୋଜକ ସହିତ ଝଗଡ଼ା କରିଥାନ୍ତି। କିନ୍ତୁ ମୁଁ  'ଏମରଜେନ୍ସି' ପାଇଁ ୨ଟି ଦାୟିତ୍ବ ନିଭାଉଥିଲି। ମୋ ପାଖରେ କାହା ଉପରେ ରାଗିବାର ବିକଳ୍ପ ନଥିଲା। ଏହି ଫିଲ୍ମର ସୁଟିଂ ବେଳେ ମୁଁ ଆର୍ଥିକ ଅଭାବ ଦେଖିଛି। କାନ୍ଦ ଲାଗୁଥିଲେ ବି କାନ୍ଦି ପାରିନି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe