କଙ୍ଗନାଙ୍କ ମେକଅପ ଭିଡିଓ ସେୟାର କଲେ ଅନୁପମ

ଅନୁପମ ଖେର କଙ୍ଗନା ରାଣାୱତଙ୍କ ଏକ ମେକଅପ ଭିଡିଓ ସେୟାର କରି ଲେଖିଛନ୍ତି, ‘ଆଶ୍ଚର୍ଯ୍ୟଜନକ, କଙ୍ଗନା ରାଣାୱତ ଭାରତୀୟ ଇତିହାସର ସବୁଠାରୁ ଶକ୍ତିଶାଳୀ ମହିଳା ଇନ୍ଦିରା ଗାନ୍ଧୀ ବେଶ ଧାରଣ କରିଛନ୍ତି।’

ùee


ମୁମ୍ବାଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଜୀବନୀ ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଏମରଜେନ୍ସି ’ । ଇନ୍ଦିରା ଗାନ୍ଧୀଙ୍କ ଭୂମିକାକୁ ଅତି ନିଖୁଣ ଭାବରେ ମଣ୍ଡି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଭାଇଛନ୍ତି। 

ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ ବିବାଦୀୟ ଅଧ୍ୟାୟର ଏକ ବିସ୍ଫୋରକ କାହାଣୀ ଏମରଜେନ୍ସି ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସୁଛି। ଅନେକ ବିରୋଧର ସମ୍ମୁଖୀନ ହେବା ପରେ ଫିଲ୍ମଟି ରିଲିଜ ପାଇଁ ସେନ୍ସର ବୋର୍ଡ ପକ୍ଷରୁ ଗ୍ରୀନ ସିଗନାଲ ପାଇଛି। 

ଅଧିକପଢ଼ନ୍ତୁ:କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

କଙ୍ଗନା ରାଣାୱତ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଏମରଜେନ୍ସି ' ର ଦ୍ୱିତୀୟ ଟ୍ରେଲର ଆଜି  ଜାନୁଆରି ୬ରେ ମୁକ୍ତିଲାଭ କରିଛି । ଏଭଳି ସମୟରେ ବଲିଉଡ ଅଭିନେତା ଅନୁପମ ଖେର କଙ୍ଗନା ରାଣାୱତଙ୍କ ଏକ ମେକଅପ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓରେ କଙ୍ଗନାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭଳି ଅବିକଳ ସଜେଇ ହେଉଥିବା ଦେଖିବାକୁ ମିଳୁଛି। 

ଅଧିକପଢ଼ନ୍ତୁ:ବଜାରରେ ଚୀନ ଭୁତାଣୁ ଆତଙ୍କର ପ୍ରଭାବ, ନିବେଶକଙ୍କ କ୍ଷତି ୧୧ ଲକ୍ଷ କୋଟି

ଭିଡିଓ ସେୟାର କରି ଅନୁପମ ଖେର ଲେଖିଛନ୍ତି, “ଆଶ୍ଚର୍ଯ୍ୟଜନକ, କଙ୍ଗନା ରାଣାୱତ ଭାରତୀୟ ଇତିହାସର ସବୁଠାରୁ ଶକ୍ତିଶାଳୀ ମହିଳା ଇନ୍ଦିରା ଗାନ୍ଧୀ ବେଶ ଧାରଣ କରିଛନ୍ତି। ଏହି ମେକଅପ୍ ପାଇଁ ଏକାଡେମୀ ପୁରସ୍କାର ବିଜେତା ଡିଜେ ମାଲିନୋଭସ୍କିଙ୍କ ପ୍ରତିଭା ସହିତ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନକୁ ଦେଖନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe