କଙ୍ଗନା ରଣାୱତଙ୍କ ଭିଡିଓକୁ ନେଇ ପୁଲିସରେ ଅଭିଯୋଗ

Advertisment
କଙ୍ଗନା ରଣାୱତଙ୍କ ଭିଡିଓକୁ ନେଇ ପୁଲିସରେ ଅଭିଯୋଗ

Times Now

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ପୁଲିସରେ ଅଭିଯୋଗ ହୋଇଛି। କିଛି ଦିନ ତଳେ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ୍‌ ଟ୍ବିଟର୍‌ରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ କଙ୍ଗନା ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଆଇନଜୀବୀ ଅଲ୍ଲୀ କାଶିଫ ଦେଶମୁଖ୍‌ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ମାରିବା ଓ ହିଂସା କଥା କହିଥିବା ବେଳେ କଙ୍ଗନା ତାଙ୍କ ସମର୍ଥନରେ ଆସି ନିନ୍ଦା ପ୍ରସ୍ତାବ ଆଣିଥିବାରୁ ତାଙ୍କର ଟ୍ବିଟର୍‌ ଆକାଉଣ୍ଟକୁ ରବ୍ଦ କରାଯାଉ ବୋଲି କହିଛନ୍ତି। ନିଜ ବ୍ୟକ୍ତିଗତ ଲାଭ ପାଇଁ କଙ୍ଗନା ଓ ତାଙ୍କ ଭଉଣୀ ଅସ୍ଥିରତା ଓ ଗଣ୍ଡଗୋଳିଆ ମନ୍ତବ୍ୟ ଦେଇଥିବାରୁ ସେ ଏପରି ଅଭିଯୋଗ ଦେଇଥିବା ଦର୍ଶାଇଛନ୍ତି। ସୂଚନାଯୋଗ୍ୟ ନିକଟରେ କଙ୍ଗନା ରଣାୱତ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଥିଲେ, ଯଦି ଆମେ ଦୁଇଜଣ ସେମିତି କିଛି ଆକ୍ରାମକ ଟ୍ବିଟ୍‌ କରିଥିବୁ, ତେବେ ଲୋକଙ୍କ ସାମ୍ନାରେ ଆମେ ଦୁହେଁ କ୍ଷମା ପ୍ରାର୍ଥନା କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe