ଫୋର୍ବସ ଉପରେ ଲାଗିିଲା କଙ୍ଗନାଙ୍କ ବ୍ରାଣ୍ଡ ଭ୍ୟାଲୁ ଖରାପ କରିବାର ଆରୋପ, ଆୟକୁ ନେଇ ଭୁଲ ତଥ୍ୟ ଦେଇଥିବା କହିଲେ ରଙ୍ଗୋଲି

Advertisment
ଫୋର୍ବସ ଉପରେ ଲାଗିିଲା କଙ୍ଗନାଙ୍କ ବ୍ରାଣ୍ଡ ଭ୍ୟାଲୁ ଖରାପ କରିବାର ଆରୋପ, ଆୟକୁ ନେଇ ଭୁଲ ତଥ୍ୟ ଦେଇଥିବା କହିଲେ ରଙ୍ଗୋଲି

economictimes.indiatimes.com

ମୁମ୍ବାଇ: ଗୁରୁବାର ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ଫୋର୍ବସ୍ ପତ୍ରିକା ଜାରି କରିଥିବା ସୂଚୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେଲିବ୍ରିଟିଙ୍କ ଆୟକୁ ନେଇ ତିଆରି ହୋଇଥିବା ସୂଚୀରେ କଙ୍ଗନାଙ୍କୁ ୭୦ନମ୍ବର ସ୍ଥାନ ଦିଆଯାଇଥିବାରୁ ନିରାଶ ହେବା ସହ ଫୋର୍ବସ୍ ଉପରେ ମିଛ ସୂଚନା ଦେଉଥିବାର ଅଭିଯୋଗ ଆଣିଥିଲେ ରଙ୍ଗୋଲି। ଏହା ସହ ଏଭଳି କରି ଫୋର୍ବସ୍ କଙ୍ଗନାଙ୍କ ବ୍ରାଣ୍ଡ ଭ୍ୟାଲୁ ଖରାପ କରିଛି ବୋଲି ମଧ୍ୟ ଟୁଇଟ୍ କରି ଜଣାଇଥିଲେ।

ରଙ୍ଗୋଲିଙ୍କ କହିବାନୁସାରେ, ସୂଚୀରେ କଙ୍ଗନାଙ୍କ ବାର୍ଷିକ ଆୟ ୧୭.୫କୋଟି ଲେଖାଯାଇଛି। କିନ୍ତୁ କଙ୍ଗନା ଏହାଠାରୁ ଅଧିକ ଆୟକର ଦେଇଛନ୍ତି। କଙ୍ଗନା ନିଜେ ନିଜର ଆୟ ବିଷୟରେ ଜାଣି ନାହାନ୍ତି। କାରଣ ସବୁ ସୂଚନା ମୋ ପାଖରେ ରହିଥ‌ାଏ। ତେବେ ଫୋର୍ବସକୁ କଙ୍ଗନାଙ୍କ ଆୟର ସୂଚନା ମିଳିଲା କେଉଁଠାରୁ ବୋଲି ରଙ୍ଗୋଲି ପ୍ରଶ୍ନ କରିଥିଲେ। ଏହା ସହ ଆୟ ବିଷୟରେ ଜାଣିବା ପାଇଁ ଫୋର୍ବସ ପକ୍ଷରୁ କେହି ମଧ୍ୟ ଆମକୁ ସଂପର୍କ କରି ନାହାନ୍ତି। ଜଣେ ଅଭିନେତାଙ୍କ କହିବାନୁସାରେ କଙ୍ଗନାଙ୍କ ବ୍ରାଣ୍ଡ ଭ୍ୟାଲୁ ଖରାପ କରିବା ପାଇଁ ତାଙ୍କୁ ୭୦ନମ୍ବରରେ ରଖାଯାଇଛି ବୋଲି ରଙ୍ଗୋଲି କହିଛନ୍ତି।

Related image harnas.co

ରଙ୍ଗୋଲିଙ୍କ ଏଭଳି ବୟାନ ପରେ ଫୋର୍ବସ ପକ୍ଷରୁ ପ୍ରତିକ୍ରିୟା ରଖାଯାଇ କୁହାଯାଇଛି କି, ରଙ୍ଗୋଲିଙ୍କ ଦାବିକୁ ନେଇ ଆମର କିଛି କହିବାର ନାହିଁ। ସୂଚୀ ପ୍ରସ୍ତୁତି ସମୟରେ ଆମେ କଙ୍ଗନାଙ୍କୁ ଏକ ଇ-ମେଲ ପଠାଇଥିଲୁ। ତେବେ ଏ ନେଇ ଆମେ କାହାକୁ କୌଣସି ପ୍ରକାରର ପ୍ରମାଣ ଦେବାକୁ ଚାହୁ ନାହୁଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe