ଆମିର ଖାନ୍‌ଙ୍କ ଉପରେ ବିଷ ଉଦ୍‌ଗାରିଲେ କଙ୍ଗନା

Advertisment
ଆମିର ଖାନ୍‌ଙ୍କ ଉପରେ ବିଷ ଉଦ୍‌ଗାରିଲେ କଙ୍ଗନା

Zee News

ସୁପରଷ୍ଟାର ଆମିର ଖାନ୍ ଆଜିକାଲି ଅପ୍‌କମିଙ୍ଗ୍ ଫିଲ୍ମ ‘ଲାଲ ସିଂହ ଚଢ଼ା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। କଥା କ’ଣ କି, କିଛି ଲୋକ ଏହି ଫିଲ୍ମକୁ ବୟକଟ କରିବା ପାଇଁ ଦାବି କରୁଛନ୍ତି। ଏହା ଉପରେ ଆମିର ଖାନ୍ କହିଛନ୍ତି ଯେ ସେ ଭାରତକୁ ଭଲପାଆନ୍ତି, ଦୟାକରି ଦର୍ଶକମାନେ ଏହାକୁ ବୟକଟ କରନ୍ତୁ ନାହିଁ। କିନ୍ତୁ ଖାନ୍‌ଙ୍କ ଏହି ଅନୁରୋଧ ପରେ କଙ୍ଗନା ରାଣାଉତ ସୋସିଆଲ ମିଡ଼ିଆରେ ଦାବି କରିଛନ୍ତି ଯେ ଏହି ଫିଲ୍ମକୁ ବୟକଟ କରିବା ପାଇଁ ଦାୟୀ ଆମିର ଖାନ୍‌। କଙ୍ଗନା କହିଛନ୍ତି, ତାଙ୍କୁ ଲାଗୁଛି ଅପ୍‌କମିଙ୍ଗ୍ ଫିଲ୍ମ ଲାଲ ସିଂହ ଚଢ଼ାକୁ ନେଇ ଯେତେ ବି ନେଗେଟିଭ୍ କଥା ଶୁଣିବାକୁ ମିଳୁଛି, ସେସବୁର ମୂଳ କାରଣ ଆମିର ଖାନ୍। ଏ ବର୍ଷ ଗୋଟିଏ କମେଡି ଫିଲ୍ମକୁ ଛାଡ଼ି କୌଣସି ଫିଲ୍ମ ହିଟ୍ ହୋଇନାହିଁ।

ଆଜିକାଲି କେବଳ ଭାରତୀୟ ସଂସ୍କୃତି ସହ ଜଡ଼ିତ ଥିବା ଦକ୍ଷିଣୀ ଫିଲ୍ମ କିମ୍ବା ଲୋକାଲ ଫ୍ଲେଭର ଥିବା ଫିଲ୍ମଗୁଡ଼ିକ ଭଲ ଚାଲୁଛି। ଏକ ହଲିଉଡ୍ ରିମେକ୍ ଫିଲ୍ମ ବି ସେମିତି ଭଲ ପର୍‌ଫର୍ମ କରିପାରୁ ନାହିଁ। କଙ୍ଗନା ଲେଖିଛନ୍ତି, ଏହା ହିନ୍ଦୁ କି ମୁସଲମାନ ହେବା ପ୍ରସଙ୍ଗରେ ନୁହେଁ। ଆମିର ଖାନ୍ ହିନ୍ଦୁଫୋବିକ୍ ଫିଲ୍ମ ‘ପିକେ’ ତିଆରି କଲେ ଏବଂ ଭାରତକୁ ‘ଅସହିଷ୍ଣୁ’ ଦେଶ ବନେଇଦେଲେ ଆଉ ନିଜ ଜୀବନର ସବୁଠାରୁ ବଡ଼ ହିଟ୍ ଫିଲ୍ମ ଦେଲେ। ଦୟାକରି ଏହାକୁ ଧର୍ମ ବା ବିଚାରଧାରା ସହ ଯୋଡ଼ି ତିଆରି କରିବା ବନ୍ଦ କରନ୍ତୁ। ତିନୋଟି କାରଣରୁ ଆମିରଙ୍କ ଫିଲ୍ମକୁ ବୟକଟ କରିବାକୁ ଦାବି ହେଉଛି। ସେ କିଛିବର୍ଷ ତଳେ ଧାର୍ମିକ ଅସହିଷ୍ଣୁତା ପ୍ରସଙ୍ଗରେ ‘ଦେଶର ମାହୋଲ ଖରାପ’ ବୋଲି କହିଥିଲେ। ସେ ତାଙ୍କ ପିକେ ଫିଲ୍ମରେ ‘ଭଗବାନ୍’ଙ୍କ ମଜାକ ଉଡ଼ାଇଥିଲେ ଓ ହିନ୍ଦୁଧର୍ମର ଅପମାନ କରିଥିଲେ। ସେ ନିଜ ଶୋ ‘ସତ୍ୟମେବ ଜୟତେ’ରେ ଶିବଲିଙ୍ଗରେ କ୍ଷୀର ଢାଳିବା ପ୍ରସଙ୍ଗରେ କହିଥିଲେ, ୨୦ ଟଙ୍କାର କ୍ଷୀର ମୂର୍ତ୍ତି ଉପରେ ନ ଢାଳି ପିଲାଙ୍କୁ ଖାଇବାକୁ ଦେଇଥିଲେ ଭଲ ହୋଇଥାନ୍ତା। ଏବେ ଲୋକେ କହୁଛନ୍ତି ଯେ ସେମାନେ ଆମିରଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂହ ଚଢ଼ା’ ଉପରେ ଟଙ୍କା ଖର୍ଚ୍ଚ କରିବା ବଦଳରେ ଗରିବ ପିଲାଙ୍କୁ ଖାଇବାକୁ ଦେବେ। ସୂଚନାଯୋଗ୍ୟ ୧୧ ଅଗଷ୍ଟରେ ରିଲିଜ ହେବାକୁ ଥିବା ‘ଲାଲ ସିଂହ ଚଢ଼ା’ ଫିଲ୍ମଟି ଅଦ୍ବୈତ ଚନ୍ଦନଙ୍କ ନିର୍ଦ୍ଦେଶିତ ଏକ କମେଡ଼ି ଫିଲ୍ମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe