India Today
ଗତ ଫେବ୍ରୁଆରିରେ ବଲିଉଡ୍ କ୍ବିନ୍ କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର ‘ତେଜସ୍’ର ଫାଷ୍ଟ ଲୁକ୍ ଜାରି ହୋଇଥିଲା। ଏହି ଚଳଚ୍ଚିତ୍ରରେ କଙ୍ଗନା ଜଣେ ବାୟୁସେନା ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବେ। ଜୁଲାଇରୁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାର ଯୋଜନା ରହିଥିଲା। କିନ୍ତୁ କରୋନା ଯୋଗୁଁ ତାହା ବିଳମ୍ବ ହୋଇଛି। ସୂଚନା ଅନୁସାରେ, ଡିସେମ୍ବରରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ। ନିଜେ କଙ୍ଗନା ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥିସହ ଫିଲ୍ମର ଏକ ନୂଆ ପୋଷ୍ଟର୍ ବି ସେୟାର କରିଛନ୍ତି। ସେଥିରେ ତାଙ୍କୁ ବାୟୁସେନାର ୟୁନିଫର୍ମ ପିନ୍ଧି ଲଢ଼ୁଆ ବିମାନ ‘ତେଜସ୍’ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ନବାଗତ ନିର୍ଦ୍ଦେଶକ ସର୍ବେଶ ମେୱାରା ଏହାର ନିର୍ଦ୍ଦେଶନା ଦେବେ ଓ ପ୍ରଯୋଜନା ଦାୟିତ୍ୱରେ ରୋନି ସ୍କ୍ରିୱାଲା ଅଛନ୍ତି। ଆସନ୍ତାବର୍ଷ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ।
Follow Us