୧୪ ମାସରେ ତିଆରି ହୋଇଛି କଙ୍ଗନାଙ୍କ ଲେହେଙ୍ଗା

Advertisment
୧୪ ମାସରେ ତିଆରି ହୋଇଛି କଙ୍ଗନାଙ୍କ ଲେହେଙ୍ଗା

News98

ବଲିଉଡ୍‌ କ୍ବିନ୍‌ କଙ୍ଗନା ରନାୱତ ଆଜି ନିଜ ଭାଇ ଅକ୍‌ସଦ୍‌ଙ୍କ ବିବାହରେ କୌଣସି ରାଣୀଙ୍କଠାରୁ କମ୍‌ ଲାଗୁନଥିଲେ। ତାଙ୍କ ପାରମ୍ପରିକ ଗୁଜୁରାଟୀ ବାନ୍ଧିନୀ ଲେହେଙ୍ଗା ସହ ସବ୍ୟସାଚ୍ଚୀ ଡିଜାଇନର୍‌ ‌ଅଳଙ୍କାର ତାଙ୍କୁ ରାଜକୀୟ ଲୁକ୍‌ ଦେଉଥିଲା। ହେଲେ ଆପଣ ଜାଣିଛନ୍ତି କି, କଙ୍ଗନାଙ୍କ ଏହି ଲେହେଙ୍ଗା ତିଆରି କରିବାକୁ ଡିଜାଇନର୍‌ମାନଙ୍କୁ ୧୪ ମାସ ସମୟ ଲାଗି ଯାଇଥିଲା। କଙ୍ଗନା ନିଜେ ତାଙ୍କ ଲେହେଙ୍ଗା ସମ୍ପର୍କରେ ଟ୍ବିଟର୍‌ରେ ସୂଚନା ଦେଇ କହିଛନ୍ତି, ଏହା ଡିଜାଇନର୍‌ ଅନୁରାଧା ବକିଲଙ୍କ ସର୍ଜନା। ଏହା ଏକ ଡାଇଂ ଆର୍ଟ। ଏହାକୁ ତିଆରି କରିବାକୁ ୧୪ ମାସ ସମୟ ଲାଗି ଯାଇଥିବା ବେଳେ ଲେହେଙ୍ଗାକୁ ଖାପ ଖୁଆଇଲା ଭଳି ଭାରି ଅଳଙ୍କାର ତିଆରି କରିଛନ୍ତି ମୋ ସାଙ୍ଗ ତଥା ପ୍ରଖ୍ୟାତ ଡିଜାଇନର୍‌ ସବ୍ୟସାଚ୍ଚୀ। ଏଥିସହ ଟ୍ବିଟର୍‌ରେ ସେ ନିଜ ଭାଇ ଅକ୍‌ସଦ୍‌ ଓ ଭାଉଜ ରିତୁ ସାଙ୍ଗ୍‌ୱାନ୍‌ଙ୍କୁ ପରିଚିତ କରାଇଛନ୍ତି ଓ ଏହି ନବବିବାହିତ ଯୋଡ଼ିକୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe