ଏହି ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ ଆଣିଲେ କଙ୍ଗନା; କହିଲେ,କାନରେ କହୁଥିଲେ ଏମିତି କଥା!

Advertisment
ଏହି ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ ଆଣିଲେ କଙ୍ଗନା; କହିଲେ,କାନରେ କହୁଥିଲେ ଏମିତି କଥା!

Gossipganj.com

ମୁମ୍ବାଇ : ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ପରେ ଆଉ ଜଣେ ମହିଳା ଏବେ ଜଣେ ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ଉକ୍ତ ନାୟିକାଙ୍କ ଅଭିଯୋଗ ଯେ ୨୦୧୫ରେ ନିର୍ଦ୍ଦେଶକ ବିକାଶ ବହଲ ତାଙ୍କ ଉପରେ କୁନଜର ପକାଇଥିଲେ।

ଏ ସଂପର୍କର ବଲିଉଡ କୁଇନ୍‌ କଙ୍ଗନା ରାନାଓ୍ଵତ୍‌  ପୀଡ଼ିତ ମହିଳାଙ୍କୁ ସମର୍ଥନ କରିଥିଲେ। ଖାଲି ସେତିକି ନୁହେଁ, ସେ ବି ବିକାଶଙ୍କ ଉପରେ ବି ଆରୋପ ଲଗାଇଥିଲେ। କଙ୍ଗନା କହିଥିଲେ କି ‘କୁଇନ୍‌’ ଫିଲ୍ମର ସୁଟିଂ ସମୟରେ ବିକାଶ ବହଲ ତାଙ୍କୁ କହୁଥିଲେ ଯେ ପ୍ରତିଦିନ ସେ ନୂଆ ନୂଆ ପାର୍ଟନରଙ୍କ ସହିତ ଶାରୀରିକ ସଂପର୍କ ରଖୁଥିଲେ। ବିକାଶ ବହଲ ବିବାହିତ। ବିକାଶ ପ୍ରତି ରାତିରେ ପାର୍ଟି କରୁଥିଲେ ଓ କଙ୍ଗନାଙ୍କୁ ସେଥିରେ ଯୋଗାଦେବା ପାଇଁ ନିମନ୍ତ୍ରଣ କରୁଥିଲେ। ହେଲେ ସେ ସେଠାକୁ ଯାଉ ନ ଥିଲେ। ବିକାଶ ଯେତେବେଳେ ବି ତାଙ୍କୁ ଭେଟୁଥିଲେ ଅଜବ ଉପାୟରେ ତାଙ୍କୁ କୁଣ୍ଢାଇ ପକାଇ କେଶକୁ ଶୁଂଘୁଥିଲେ ଓ କାନ ପାଖରେ କହୁଥିଲେ, ତମର ଏହି ବାସ୍ନାକୁ ମୁଁ ଭଲପାଏ।

ବିକାଶଙ୍କର ଏଭଳି  ଆଚରଣ ଦେଖି ବିରକ୍ତ ଦେଉଥିଲେ କଙ୍ଗନା। ତା’ପରେ  କଙ୍ଗନା ବିକାଶଙ୍କଠାରୁ ଦୂରେଇ ରହିଲେ। ପୀଡ଼ିତା ମହିଳାଙ୍କୁ ସମର୍ଥନ କରିଲେ କଙ୍ଗନା। ସେତେବେଳେ ବିକାଶ ହରିଆଣାର ଜଣେ ସ୍ୱର୍ଣ୍ଣପଦକ ବିଜୟିନୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ଲାଗି କଙ୍ଗନାଙ୍କ ପାଖକୁ ଆସିଥିଲେ।ହେଲେ ଏହାପରେ କଙ୍ଗନାଙ୍କ ସହିତ ଆଉ କଥା ହୋଇ ନ ଥିଲେ ବିକାଶ ବହଲ୍‌ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe