ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟରେ ଉଲ୍ଲସିତ ହୋଇ କଙ୍ଗନା ନିଜ ହାତରେ ପକୁଡ଼ି ଛାଣି ଖାଇବାକୁ ଦେଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟରେ ଉଲ୍ଲସିତ ହୋଇ କଙ୍ଗନା ନିଜ ହାତରେ ପକୁଡ଼ି ଛାଣି ଖାଇବାକୁ ଦେଲେ

photo-jansatta

ମୁମ୍ବାଇ: ଲୋକସଭା ନିର୍ବାଚନ-୨୦୧୯ର ଫଳାଫଳ ଆସିଛି। ଏଥିରେ ସ୍ପଷ୍ଟ ହୋଇଛି ଯେ ପୁଣି ଥରେ ମୋଦୀ ସରକାର ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେବଳ ଦେଶରୁ ନୁହେଁ,ବରଂ ସାରା ବିଶ୍ୱରୁ ଶୁଭେଚ୍ଛା ମିଳିବାରେ ଲାଗିଛି। ଏହି କ୍ରମରେ ବଲିଉଡ୍‌ କଳାକାରମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହେଲେ ବଲିଉଡର କୁଇନ୍‌ କଙ୍ଗନା ରାନାଓ୍ଵାତ୍‌। କଙ୍ଗନା ମୋଦୀ ସରକାରଙ୍କ ବିଜୟ ଉତ୍ସବକୁ ଅଭିନବ ଢଙ୍ଗରେ ସେଲିବ୍ରେଟ୍‌ କରିଛନ୍ତି।

କଙ୍ଗନା ରାନାଓ୍ଵାତ୍‌ ପରିବାରର ସଦସ୍ୟମାନଙ୍କୁ ପକୁଡି ଛାଣି ବିଜୟ ଉତ୍ସବ ପାଳନ କରୁଛନ୍ତି। କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ୍‌ ନିଜର ସୋସିଆଲ୍‌ ମିଡିଆରେ କଙ୍ଗନା ପକୁଡ଼ି ଛାଣୁଛନ୍ତି ଓ ନିଜ ପରିବାର ସହିତ ଗପସପ କରୁଥିବାର ଦେଖିବାକୁ ମିଳିଛି। ଏହି ସେଆର୍‌ରେ ରଙ୍ଗୋଲୀ ଲେଖିଛନ୍ତି କଙ୍ଗନା ବହୁତ କମ୍‌ ରୋଷେଇ କରନ୍ତି। ଯେତେବେଳେ ସେ ଖୁବ୍‌ ଖୁସି ହୁଅନ୍ତି,ସେତେବେଳେ ରୋଷେଇ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟରେ ଉଲ୍ଲସିତ ହୋଇ କଙ୍ଗନା ଆଜି ଆମକୁ ଚାହା ଓ ପକୁଡ଼ି ଖାଇବାକୁ ବି ଦେଇଥାନ୍ତି। ଏହା ସହିତ ସେ ଜୟହିନ୍ଦ୍‌ ଓ ଜୟ ଭାରତ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe