ପରଲୋକରେ ମଲୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଚଳଚ୍ଚିତ୍ର ଏଡିଟର ନିଶାଦ ୟୁସୁଫ

ଫିଲ୍ମ 'କଙ୍ଗୁୱା'ର ଏଡିଟର ନିଶାଦ ୟୁସୁଫଙ୍କ ଦେହାନ୍ତ ହୋଇଛି। ବୁଧବାର କୋଚିରେ ଥିବା ବାସଭବନରେ ୟୁସୁଫଙ୍କ ମୃତଦେହ ମିଳିଥିଲା। 'କଙ୍ଗୁୱା' ଅଭିନେତା ସୂର୍ଯ୍ୟ ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି।

tkaguva e

ନୂଆଦିଲ୍ଲୀ: ପରଲୋକରେ ମଲୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଚଳଚ୍ଚିତ୍ର ଏଡିଟର ନିଶାଦ ୟୁସୁଫ। ତାଙ୍କ ଘରୁ ୟୁସୁଫଙ୍କ ମୃତଦେହ ମିଳିଥିବା ଜଣାଯାଇଛି। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଏବେ ମଲୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି | ବୁଧବାର କୋଚିରେ ଥିବା ତାଙ୍କ ବାସଭବନରେ ୟୁସୁଫଙ୍କ ମୃତଦେହ ମିଳିଥିବା ସାମ୍ନାକୁ ଆସିଛି।। ପୁଲିସ ଆତ୍ମହତ୍ୟା ବୋଲି ସନ୍ଦେହ କରି ଏବେ ଏହା ପଛର କାରଣ ଖୋଜିବା ଆରମ୍ଭ କରିଛି। 

ଫିଲ୍ମ ଏମପ୍ଲଇଜ୍ ଫେଡେରେସନ୍ ଅଫ୍ କେରଳ (ଏଫଇଏଫକେଏ) ଡାଇରେକ୍ଟର୍ସ ୟୁନିୟନ ନିଶାଦ ୟୁସୁଫଙ୍କ ମୃତ୍ୟୁକୁ ନିଶ୍ଚିତ କରି ଏକ ଫେସବୁକ ପୋଷ୍ଟରେ ଶୋକ ପ୍ରକାଶ କରିଛି। ନିଶାଦ ୟୁସୁଫଙ୍କ ଫଟୋ ସେୟାର କରି ଏଫଇଏଫକେଏ ଲେଖିଛି ଯେ, ମଲୟାଲମ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମର ଭବିଷ୍ୟତ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏଡିଟର ନିଶାଦ ୟୁସୁଫଙ୍କ ଆକସ୍ମିକ ମୃତ୍ୟୁକୁ ଫିଲ୍ମ ଇଣ୍ଡଷ୍ଟ୍ରି ସହଜରେ ଗ୍ରହଣ କରିପାରିବ ନାହିଁ। ଏଫଇଏଫକେଏ ତାଙ୍କ ପରିବାରକୁ ସମବେଦନା ଜଣାଉଛି।

ନିଶାଦ ଆଗାମୀ ଫିଲ୍ମ 'କଙ୍ଗୁବା'ର ଏଡିଟର ଥିଲେ। ଫିଲ୍ମରେ ସୂର୍ଯ୍ୟ ଶିବକୁମାର ମୁଖ୍ୟ ଭୂମିକାରେ ନଜର ଆସିବେ।ହଠାତ୍ ଏଭଳି ନିଶାଦଙ୍କ ମୃତ୍ୟୁ ହେବାରୁ ଏକ୍ସ‌ରେ ପୋଷ୍ଟ କରି ଶୋକପ୍ରକାଶ କରିଛନ୍ତି ସୂର୍ଯ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe