୩୯ବର୍ଷ ବୟସରେ ହୃଦଘାତ ନେଲା କନ୍ନଡ ଅଭିନେତା ନିତିନ ଗୋପୀଙ୍କ ଜୀବନ

Advertisment
୩୯ବର୍ଷ ବୟସରେ ହୃଦଘାତ ନେଲା କନ୍ନଡ ଅଭିନେତା ନିତିନ ଗୋପୀଙ୍କ ଜୀବନ

ନୂଆଦିଲ୍ଲୀ: ହୃଦଘାତ ନେଲା କନ୍ନଡ ଅଭିନେତା ନିତିନ ଗୋପୀଙ୍କ ଜୀବନ। ୩୯ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ନିତିନ ଗୋପୀ। ଶୁକ୍ରବାର ରାତିରେ ହୃଦଘାତ ହେତୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଖବର ଅନୁଯାୟୀ, ଛାତିରେ ଯନ୍ତ୍ରଣା ହେଉଥିବା କହିବାରୁ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାର କୌଣସି ଫଳ ମିଳିନଥିଲା। ଡାକ୍ତରଖାନାରେ ପହଞ୍ଚିବାର କିଛି ସମୟ ପରେ ନିତିନ ଗୋପୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ନିତିନ ଗୋପୀଙ୍କର ଏଭଳି ଅକାଳ ବିୟୋଗ କନ୍ନଡ ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି ଏବଂ ଅନେକ କଳାକାର ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ଅଭିନେତା ଅବିବାହିତ ଥିଲେ ଏବଂ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରେ ତାଙ୍କ ପିତାମାତାଙ୍କ ସହ ରହୁଥିଲେ ବୋଲି ଜଣାପଡ଼ିଛି।

ଶିଶୁ କଳାକାର ଭାବରେ 'ହେଲୋ ଡାଡି' ଚଳଚ୍ଚିତ୍ରରେ କିମ୍ବଦନ୍ତୀ ଅଭିନେତା ଡ.ବିଷ୍ଣୁବର୍ଦ୍ଧନଙ୍କ ସହ ନିତିନ ଗୋପୀ ସ୍କ୍ରିନ ସ୍ପେସ୍ ସେୟାର କରିଥିଲେ। ସେ ଫିଲ୍ମରେ ବିଷ୍ଣୁବର୍ଦ୍ଧନଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ ଏବଂ ଦର୍ଶକଙ୍କ ଭଲପାଇବା ସାଉଁଟିଥିଲେ। ସେ 'ମୁଥିନାଥା ହେଣ୍ଡଥୀ', 'କେରେଲିଡା କେସରୀ', 'ନିଶାଭଡା', 'ଚିରାବାନ୍ଦଭ୍ୟା' ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।

ନିତିନଙ୍କ ପୂର୍ବରୁ ପୁନିତ ରାଜକୁମାର, ଲକ୍ଷ୍ମଣ, ମନଦୀପ ରୟ, ବୁଲେଟ୍ ପ୍ରକାଶଙ୍କ ଭଳି ସେଲିବ୍ରିଟି ହୃଦଘାତରେ ମୃତ୍ୟୁବରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe