ପ୍ଲାଷ୍ଟିକ୍‌ ସର୍ଜରି କାଳ ହେଲା, ଅକାଳରେ ଚାଲିଗଲା କନ୍ନଡ ଅଭିନେତ୍ରୀଙ୍କ ଜୀବନ

Advertisment
ପ୍ଲାଷ୍ଟିକ୍‌ ସର୍ଜରି କାଳ ହେଲା, ଅକାଳରେ ଚାଲିଗଲା କନ୍ନଡ ଅଭିନେତ୍ରୀଙ୍କ ଜୀବନ

ବେଙ୍ଗାଲୁର: ପ୍ଲାଷ୍ଟିକ୍‌ ସର୍ଜରି କରାଇ ୨୧ ବର୍ଷୀୟା କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କର ମୃତ୍ୟୁ ଘଟିଛି। ନିଜକୁ ପତଳୀ କରାଇବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରି କରାଇବା ପରେ ସେ ଅସୁସ୍ଥ ହୋଇ ଗତକାଲି ବେଙ୍ଗାଲୁରର ଏକ ବେସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହି ସର୍ଜରି ପରେ ତାଙ୍କ ଫୁସ୍‌ଫୁସ୍‌ରେ ପାଣି ଜମିଯିବାରୁ ସେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ। ଡାକ୍ତରୀ ଅବହେଳା ହେତୁ ଚେତନାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ବାପାମାଆ ଅଭିଯୋଗ ଆଣିଛନ୍ତି।

ଚେତନା ନିଜ ମୋଟାପଣକୁ ନେଇ ଅସନ୍ତୋଷ ଥିବା କାରଣରୁ ଫ୍ୟାଟ୍‌-ଫ୍ରି ସର୍ଜରି କରାଇବାକୁ ଗତକାଲି ବେଙ୍ଗାଲୁରର ରାଜାଜୀନଗରରେ ଥିବା ସେଟ୍ଟୀସ୍‌ କସ୍‌ମେଟିକ୍‌‌ ସେଣ୍ଟର୍‌ରେ ସର୍ଜରୀ ପାଇଁ ପହଞ୍ଚିଥିଲେ। ସେ ତାଙ୍କ ପରିବାର ଲୋକଙ୍କୁ ନଜଣାଇ ତାଙ୍କ ବନ୍ଧୁମାନଙ୍କ ସାଙ୍ଗରେ ସର୍ଜରି ପାଇଁ ପହଞ୍ଚିଥିଲେ।

ଚେତନାଙ୍କ ପରିବାର ଲୋକ ଡାକ୍ତରୀ ଅବହେଳା ଅଭିଯୋଗ ଆଣିବା ପରେ ତାଙ୍କ ସର୍ଜରି କରିଥିବା ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe