୧୨କୋଟିର ସୁନା ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଭିନେତ୍ରୀ, ଗିରଫ କଲା ପୁଲିସ

ଗିରଫ ହେଲେ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓ। ଅଭିନେତ୍ରୀଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୋମବାର ଗିରଫ କରାଯାଇଥିଲା ବୋଲି ଜଣାପଡ଼ିଛି। ସୁନା ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପୁଲିସ।

Actor Ranya Rao

ବେଙ୍ଗାଲୁରୁ: ଗିରଫ ହେଲେ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓ। ଅଭିନେତ୍ରୀଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୋମବାର ଗିରଫ କରାଯାଇଥିଲା ବୋଲି ଜଣାପଡ଼ିଛି। ସୁନା ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପୁଲିସ। ଯାଞ୍ଚ ସମୟରେ, ରାଣ୍ୟାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କଠାରୁ ଜବତ କରାଯାଇଥିବା ସୁନାର ମୂଲ୍ୟ ୧୨କୋଟିରୁ ଅଧିକ ହେବ ବୋଲି କୁହାଯାଉଛି।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ୨୦୧୪ରୁ କନ୍ନଡ ଚଳଚ୍ଚିତ୍ର ମାଣିକ୍ୟା ସହିତ ତାଙ୍କ କ୍ୟାରିଅର ଆରମ୍ଭ କରିଥିବା ୩୩ ବର୍ଷୀୟ ଅଭିନେତ୍ରୀ ସୋମବାର ଦିନ ଦୁବାଇରୁ ଏମିରେଟ୍ସ ବିମାନରେ ଭାରତ ଆସିଥିଲେ। ଅଭିଯୋଗ ହୋଇଛି ଯେ, ତାଙ୍କ ସହିତ ଥିବା ଦୁଇଜଣ ବ୍ୟକ୍ତି ବ୍ରିଫକେସରେ ଚୋରା ସୁନା ନେଉଥିଲେ। ଚେକିଂ ଶେଷ କରି ବେଙ୍ଗାଲୁରୁ ବିମାନବନ୍ଦର ବାହାରକୁ ଯିବା ପରେ ସେମାନଙ୍କୁ ଅଟକାଇଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ)ର ଟିମ୍। ଟିମକୁ ପୂର୍ବରୁ ସୂଚନା ମିଳିଥିବାରୁ ସେମାନେ ଅଭିନେତ୍ରୀଙ୍କୁ ଅଟକାଇ ତାଙ୍କର ବ୍ରିଫାକସର ଯାଞ୍ଚ କରିଥିଲେ, ଯେଉଁଥିରୁ ୧୪.୮ କିଲୋଗ୍ରାମ ସୁନା ମିଳିଥିଲା। ଏହା ପରେ ଟିମ ତାଙ୍କ ଘରକୁ ଯାଇ ଯାଞ୍ଚ କରିବା ପରେ ପ୍ରାୟ ୩କୋଟିର ସୁନା ସେଠାରୁ ମିଳିଥିଲା। ଏକାଧିକ ଥର ରାଣ୍ୟା ଦୁବାଇ ଯାଉଥିବାରୁ ଡିଆରଆଇର ନଜର ତାଙ୍କ ଉପରେ ଥିଲା ବୋଲି ଜଣାପଡ଼ିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯିବା ସହ ଏବେ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe