ଶୋଭିତାଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ମଧ୍ୟରେ ନାଗାଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କଲେ ଏହି ଅଭିନେତ୍ରୀ

Advertisment
ଶୋଭିତାଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ମଧ୍ୟରେ ନାଗାଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କଲେ ଏହି ଅଭିନେତ୍ରୀ

ଚେନ୍ନାଇ: ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଛାଡ଼ପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି। ଏମଧ୍ୟରେ ଆଉ ଜଣେ ଅଭିନେତ୍ରୀ ତାଙ୍କୁ ବିବାହ କରିବାକୁ ଚାହୁଥିବା ନେଇ ଟାର୍ଗେଟ କରିଥିବା କହିଛନ୍ତି।

ଅଭିନେତ୍ରୀ ରିତୁ ଚୌଧୁରୀ ନାଗା ଚୈତନ୍ୟଙ୍କୁ ବିବାହ କରିବାକୁ ଚାହୁଥିବା କଥା ଖୁଲମ ଖୁଲା କହିଛନ୍ତି। ଏକ ମନୋରଞ୍ଜନ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଚୈତନ୍ୟଙ୍କୁ ପସନ୍ଦ କରନ୍ତି ଏବଂ ତାଙ୍କୁ ବିବାହ କରିବା ତାଙ୍କର ଲକ୍ଷ୍ୟ। ସେ ଜଣେ ଛାଡ଼ପତ୍ର ପାଇଥିବା ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଡରୁ ନାହାନ୍ତି କି? ବୋଲି ପ୍ରଶ୍ନ କରାଯିବାରୁ ରିତୁ କହିଛନ୍ତି ଯେ ତାଙ୍କର କୌଣସି ଅସୁବିଧା ନାହିଁ ଏବଂ ସେ ଚୈତନ୍ୟଙ୍କୁ ବିବାହ କଲେ ନିଜକୁ ଭାଗ୍ୟବାନ ମନେ କରିବେ। ତେବେ ଏପର୍ଯ୍ୟନ୍ତ ଚୈତନ୍ୟ ଏହି ପୋଷ୍ଟ ଉପରେ କୌଣସି ପ୍ରତିକ୍ରିୟା ରଖି ନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe