କପିଲ ଶର୍ମାଙ୍କ ବିବାହର ପ୍ରଥମ ଅଫିସିଆଲ୍‌ ଭିିଡିଓ ପ୍ରକାଶ ପାଇଲା

Advertisment
କପିଲ ଶର୍ମାଙ୍କ ବିବାହର ପ୍ରଥମ ଅଫିସିଆଲ୍‌ ଭିିଡିଓ ପ୍ରକାଶ ପାଇଲା

ମୁମ୍ବାଇ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କମେଡି କିଙ୍ଗ୍‌ କପିଲ୍‌ ଶର୍ମା। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଗିନି ଚତୁର୍ଥଙ୍କୁ ବିବାହ କରିଛନ୍ତି। କପିଲ ତାଙ୍କ ବିବାହର ପ୍ରଥମ ଅଫିସିଆଲ୍‌ ଭିଡିଓକୁ ଇଣ୍ଟରନେଟ୍‌ରେ ସେୟାର୍‌ କରିଛନ୍ତି। ଏହା ହେଉଛି ତାଙ୍କ ବିବାହ ପରର ପ୍ରଥମ ଭିିଡିଓ। କପିଲ୍‌ ବି ଦୀପିକାଙ୍କ ପରି ୨ଟି ଶୈଳୀରେ ବିବାହ କରିଛନ୍ତି। ଡିସେମ୍ବର ୧୨ ତାରିଖରେ ସେ ହିନ୍ଦୁ ରୀତି ଅନୁସାରେ ବିବାହ କରିଥିବା ବେଳେ ଡିସେମ୍ବର ୧୩ ତାରିଖରେ ଶିଖ୍‌ ବିବାହ କରିଛନ୍ତି।

ବିବାହ ପରି ବିବାହ ଭୋଜି ମଧ୍ୟ ଦୁଇ ଥର ଆୟୋଜନ କରିଥିଲେ କପିଲ୍‌। ଗୋଟିଏ ଭୋଜି ଅମୃତସରରେ ହୋଇଥିବା ବେଳେ ଅନ୍ୟ ଭୋଜିି ମୁମ୍ବାଇରେ ଆୟୋଜିତ ହୋଇଥିଲା। କପିଲଙ୍କ ବିବାହ ଓ ରିସେପସନ ପାର୍ଟିରେ ବହୁ ନାମିଦାମୀ ବଲିଉଡ୍‌ ଷ୍ଟାର୍‌ ନଜର ଆସିଥିଲେ।

କପିଲଙ୍କ ବିବାହର ଯେଉଁ ପ୍ରଥମ ଭିଡିଓଟି ଏବେ ୟୁଟ୍ୟୁବ୍‌ରେ ଦେଖିବାକୁ ମିଳିଛି ସେଥିରେ କପିଲଓ ଗିନିଙ୍କ ବିବାହର କିଛିଟା ସ୍ୱତନ୍ତ୍ର ଦୃଶ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe