ମୁମ୍ବାଇ: ୨୦୨୪ପାଇଁ ଶୀର୍ଷ ସେଲିବ୍ରିଟି ଟିକସଦାତାଙ୍କ ତାଲିକା ସାମ୍ନାକୁ ଆସିଛି । ଏଥର ଏହି ତାଲିକାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ହୋଇଛନ୍ତି। ଏହି ତାଲିକାରେ ହାସ୍ୟ ଅଭିନେତା କପିଲ ଶର୍ମା ଟିଭି ଇଣ୍ଡଷ୍ଟ୍ରିର ସର୍ବାଧିକ ଟିକସଦାତା ହୋଇଛନ୍ତି। ଏପରିକି କପିଲ ଶର୍ମା ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅର୍ଥାତ୍ ଆମୀର ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

ଫର୍ଚୁନ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଶାହାରୁଖ ୨୦୨୪ଆର୍ଥିକ ବର୍ଷ ପାଇଁ ୯୨କୋଟି ଟଙ୍କାର ଆୟକର ଦେଇଛନ୍ତି। ଏତେ କୋଟିର ଆୟକର ପାଇଁ ସେ ଏବେ ନଂ ୧ ଆୟକରଦାତା ହୋଇଛନ୍ତି। ଏହି ତାଲିକାରେ ତାମିଲ ଅଭିନେତା ବିଜୟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ୮୦କୋଟି ଟଙ୍କା ଆୟକର ଦେଇଥିବା ଜଣପେଡ଼ିଛି ।

ଶାହରୁଖ ଓ ବିଜୟଙ୍କ ପରେ ସଲମାନ ଖାନ୍(୭୫କୋଟି), ଅମିତାଭ ବଚ୍ଚନ(୭୧କୋଟି), ବିରାଟ କୋହଲି(୬୬କୋଟି), ଅଜୟ ଦେବଗନ(୪୨କୋଟି), ଏମଏସ ଧୋନି(୩୮କୋଟି) , ରଣବୀର କପୁର(୩୬କୋଟି), ସଚିନ ତେନ୍ଦୁଲକର ଏବଂ ହ୍ରିତିକ ରୋଶନ(୨୮କୋଟି), କପିଲ ଶର୍ମା-୨୬ କୋଟି, ସୌରଭ ଗାଙ୍ଗୁଲି- ୨୩କୋଟି, କରୀନା କପୁର - ୨୦କୋଟି, ଶାହିଦ କପୁର, ମୋହନଲାଲ ଏବଂ ଅଲୁ ଅର୍ଜୁନ- ୧୪କୋଟି, ହାର୍ଦ୍ଦିକ ପାଣ୍ଡ୍ୟା- ୧୩ କୋଟି, କିଆରା ଆଡଭାନି - ୧୨କୋଟି, କ୍ୟାଟ୍ରିନା କୈଫ ଏବଂ ପଙ୍କଜ ତ୍ରିପାଠୀ - ୧୧କୋଟି, ଆମୀର ଖାନ ଏବଂ ଋଷଭ ପନ୍ତ - ୧୦କୋଟି ଟିକସ ଦେଇଥିବା ଜଣାଯାଇଛି।

ଏ ଖବର ପଢ଼ନ୍ତୁ- https://sambad.in/entertainment/shera-salman-khans-bodyguard-of-29-years-recalls-how-he-bagged-the-job-6950959