ABP LIVE - ABP News
ମୁମ୍ବାଇ: ହାସ୍ୟାଭିନେତା କପିଲ ଶର୍ମାଙ୍କୁ ସୋମବାର ବିମାନବନ୍ଦରରେ ହୁଇଲ ଚେୟାରରେ ବସି ଯାଉଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏହି ଫଟୋ ସାମ୍ନାକୁ ଆସିବା ପରେ କପିଲଙ୍କ ପ୍ରଶଂସକ ଚିନ୍ତାରେ ପଡ଼ି ଯାଇଥିଲେ। କିଛି ଲୋକ ଟୁଇଟ କରି କପିଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ବିମାନବନ୍ଦରରେ ଫଟୋଗ୍ରାଫରମାନେ ବି କପିଲଙ୍କ ଫଟୋ ନେବା ସମୟରେ ତାଙ୍କର ଏପରି ଅବସ୍ଥା କଥା ପଚାରିବାରୁ ସେ ରାଗି ଯାଇଥିବା ଦେଖିବାକୁ ମିଳୁଛି।
କପିଲ ଫଟୋଗ୍ରାଫରମାନଙ୍କ ଉପରେ ରାଗି ଯାଇ କହୁଛନ୍ତି, ‘ଏଇ ହଟିଯାଅ ପଛକୁ... ତୁମେ ସମସ୍ତେ... ଯାଅ,’ ପଛକୁ ହଟ ପଛକୁ.... ଉଲ୍ଲୁକେ ପଠେ.. ରେକର୍ଡ କରିନିଅ।’
Zoom TVତେବେ କପିଲଙ୍କ ଏଭଳି ସ୍ବଭାବ ପୂର୍ବରୁ କେବେ ହେଲେ ଦେଖିବାକୁ ମିଳି ନଥିଲା। ଆଗରୁ କପିଲ ଖୁବ ମଜାଳିଆ ଅନ୍ଦାଜରେ ତାଙ୍କ ପ୍ରଂସଶକ ଓ ଫଟୋଗ୍ରାଫରମାନଙ୍କୁ ଭେଟି ଥାଆନ୍ତି। କିନ୍ତୁ ଏଥର ତାଙ୍କ ସ୍ବଭାବରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କପିଲ କାହିଁକି ହୁଇଲ ଚେୟାରରେ ବସିଥିଲେ ସେ କଥା ସାମ୍ନାକୁ ଆସି ପାରି ନଥିଲା।
Follow Us