କପିଲ ଦେଉଥିବା ଆୟକରଠୁ ବି କମ ସୁନୀଲଙ୍କ ସମ୍ପତ୍ତି

କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଥିବା ବନ୍ଧୁତା ସବୁବେଳେ ଚର୍ଚ୍ଚାରେ ରହିଥାଏ। ଯେତେବେଳେ ଦୁହେଁ ଏକାଠି ହୁଅନ୍ତି, ସେମାନଙ୍କ କମେଡି ଦୁଇଗୁଣ ହୋଇଯାଏ ।

lopli

ମୁମ୍ବାଇ: ୨୦୨୪ପାଇଁ ଶୀର୍ଷ ସେଲିବ୍ରିଟି ଟିକସଦାତାଙ୍କ ତାଲିକା ସାମ୍ନାକୁ ଆସିଛି । ଏଥର ଏହି ତାଲିକାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ହୋଇଛନ୍ତି। ଏହି ତାଲିକାରେ ହାସ୍ୟ ଅଭିନେତା କପିଲ ଶର୍ମା ଟିଭି ଇଣ୍ଡଷ୍ଟ୍ରିର ସର୍ବାଧିକ ଟିକସଦାତା ହୋଇଛନ୍ତି। ଏପରିକି କପିଲ ଶର୍ମା ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅର୍ଥାତ୍ ଆମୀର ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ପଛରେ ପକାଇ ଦେଇଛନ୍ତି।

ଏମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, କପିଲ ଯେତିକି ଆୟକର ଦେଉଛନ୍ତି, ତା’ଠାରୁ ଢ଼େର କମ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ସମ୍ପତ୍ତି। ୨୦୨୪ରେ କପିଲ ଶର୍ମା ୨୬କୋଟି ଟଙ୍କା ଆୟ କର ଦେଇଥିବା ବେଳେ ଏହାଠାରୁ ଖୁବ କମ ରହିଛି ସୁନୀଲଙ୍କ ସମ୍ପତ୍ତି। ଯଦି ଆମେ ତାଙ୍କ ମୋଟ ସମ୍ପତ୍ତି କଥା କହିବା ତେବେ ସୁନୀଲ ମୋଟ ୨୧କୋଟିର ମାଲିକ ଅଟନ୍ତି। ଦି ଗ୍ରେଟ କପିଲ ଶର୍ମା ସୋ’ରେ ନଜର ଆସୁଥିବା ସୁନୀଲ ପ୍ରତି ଅଧ୍ୟାୟକୁ ୨୫ଲକ୍ଷ ନେଉଥିବା ବେଳେ ଫିଲ୍ମ ପାଇଁ ସେ ୭୫ଲକ୍ଷ ଟଙ୍କା ନେଉଛନ୍ତି।

ଏ ଖବର ପଢ଼ନ୍ତୁ-https://sambad.in/entertainment/aditi-rao-hydari-marries-siddharth-in-secret-wedding-ceremony-7070963

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe