ମୋ ଝିଅକୁ ଲାଗୁଛି ମୁଁ ବେକାର: କପିଲ ଶର୍ମା

Advertisment
ମୋ ଝିଅକୁ ଲାଗୁଛି ମୁଁ ବେକାର: କପିଲ ଶର୍ମା

ABP Live - ABP News

ହସର ପରଶ ବାଣ୍ଟୁଥିବା କପିଲ ଶର୍ମା ଘରେ ରହୁଥିବା ବେଳେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିଜ କୁନି ଝିଅ ସହ ନିଜର ସମୟ କାଟୁଥିବା କପିଲଙ୍କୁ ନିକଟରେ ପଚରାଯାଇଥିଲା, ଆପଣଙ୍କର କୁନି ଝିଅ ସହ ରୁଟିନ କ’ଣ? ସେ ଉତ୍ତର ଦେଇଥିଲେ, ଆଜିକାଲି ମୁଁ ସାରା ଦିନ ମୋ ଝିଅ ସହ ଖେଳୁଛି, ଖାଉଛି ଓ ଶୋଉଛି। ମାତ୍ର ମତେ ଲାଗୁଛି ସାରାଦିନ ମତେ ଦେଖି ସେ ବୋର ହୋଇଗଲାଣି। ତାକୁ ଲାଗୁଛି ବୋଧେ ମୋ’ ବାପା କିଛି କରନ୍ତି ନାହିଁ। କପିଲ କହିଛନ୍ତି ଯେ ପୂର୍ବରୁ ମୋ ଝିଅ କେବଳ ତା’ ମା ପାଖରେ ହସୁଥିବା ବେଳେ ଏବେ ମୋ ପାଖରେ ମଧ୍ୟ ହସୁଛି। ଏଇ କିଛିଦିନ ହେବ ସେ ମତେ ଚିହ୍ନିଗଲାଣି ଏବଂ ହସିବା ଆରମ୍ଭ କରିଦେଲାଣି। ତାଙ୍କ ଝିଅ ଅନାୟରା ତା’ର ନାମକୁ ସାର୍ଥକ କରୁଛି। ଅନାୟରାର ଅର୍ଥ ଖୁସି ହୋଇଥିବା ବେଳେ ମୋ ଝିଅ ମୋ ଭଳି ବହୁତ ଖୁସିବାସୀ ବୋଲି ସେ କହିଛନ୍ତି। ଝିଅକୁ ମା’ ଭଳି ସୁନ୍ଦର ବୋଲି ମଧ୍ୟ କହିଛନ୍ତି। ଏଥିସହ ଚୈତ୍ର ଅଷ୍ଟମୀରେ ସେ ନିଜ ଝିଅର ପୂଜା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe