Free Press Journal
ମୁମ୍ବାଇ: ଅନେକଙ୍କ ପ୍ରିୟ ହାସ୍ୟ କଳାକାର କପିଲ୍ ଶର୍ମା। କପିଲଙ୍କର ଦେଶ ଓ ଦେଶ ବାହାଲେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ସେ ତାଙ୍କ ମଜାଳିଆ ଅନ୍ଦାଜରେ ଅନେକଙ୍କୁ ବାନ୍ଧି ରଖି ପାରିଛନ୍ତି।
କେବଳ ସେତିକି ନୁହେଁ, କପିଲଙ୍କ ପ୍ରତି ଲୋକଙ୍କର ଏତେ ଭଲପାଇବା ଅଛି ଯେ ତାଙ୍କ ନାମ ଅନୁସାରେ ନିଜ ପିଲାଙ୍କର ନାମକରଣ କରିବା ଆରମ୍ଭ କଲେଣି ପ୍ରଶଂସକ। ପୂର୍ବରୁ ଆପଣ ଅନେକ ଲୋକଙ୍କୁ ସେଲିବ୍ରେଟିମାନଙ୍କ ନାମ ଅନୁସାରେ ନିଜ ପିଲାଙ୍କ ନାମକରଣ କରିବାର ଦେଖିଥିବେ। ଜାଣିରଖନ୍ତୁ ଯେ କପିଲ୍ ମଧ୍ୟ ସେହି ସେଲିବ୍ରେଟିମାନଙ୍କ ମଧ୍ୟରୁ ଜଣେ।
କପିଲଙ୍କର ଜଣେ ପ୍ରଶଂସକଙ୍କ ଭାଇ ଟ୍ବିଟ୍ରେ ନିଜ ଝିଆରୀର ନାମ କପିଲା ରଖିବା କଥା ପ୍ରକାଶ କରିବା ପରେ ତାହାର ଜବାବ ରଖିଛନ୍ତି କପିଲ ଶର୍ମା। ଟ୍ବିଟରିଆନ୍ ଜଣକ ଲେଖିଛନ୍ତି, ‘ଅଷ୍ଟ୍ରେଲିଆର ସିଡ୍ନିରେ ମୋ ଝିଆରୀର ନାମକରଣ ହେଉଥିଲା। ମୋ ଭାଇ ତାଙ୍କ ଝିଅର ନାମ କପିଲା ରଖିଛନ୍ତି, କାହିଁକି ନା ସେ ତାକୁ ବଡ଼ ହେଲେ କପିଲ ଭାବେ ଦେଖିବାକୁ ଚାହାନ୍ତି। ମୁଁ ତାଙ୍କୁ ଯେତେବେଳେ ପଚାରିଲି କି ଅଷ୍ଟ୍ରେଲିଆରେ ଏପରି ନାଁ କାହିଁକି ରଖୁଛ ବୋଲି ସେ କହିଲେ କି ମୋତେ ଜଣା ଅଛି କି କପିଲଙ୍କ ସ୍ଥାନ କେହି ନେଇ ପାରିବେନି।’
ତାହାର ଉତ୍ତର ଦେଇ କପିିଲ ଲେଖିଛନ୍ତି, ‘କୁନି କପିଲାକୁ ଖୁବ୍ ସାରା ଭଲପାଇବା। ଭଗବାନ ତାକୁ ଆଶୀର୍ବାଦ କରନ୍ତୁ। ପରିବାରକୁ ମୋର ଶୁଭେଚ୍ଛା ଓ ଶୁଭକାମନା।’
Follow Us