କାଠଗଡ଼ାରେ କପିଲ୍ ଶର୍ମା ସୋ’

କାଠଗଡ଼ାରେ କପିଲ୍ ଶର୍ମା ସୋ’

The Quint

ଲୋକପ୍ରିୟ ଟେଲି ରିଅଲିଟି ସୋ’ ‘କପିଲ୍ ଶର୍ମା ସୋ’ ଏବେ କାଠଗଡ଼ାକୁ ଆସିଛି। ଏହି ସୋ’ରେ ରାଜନେତା, ପ୍ରଶାସନିକ ଅଧିକାରୀ, ଆଇନଜୀବୀ, ପୁଲିସ, କଳାକାର ଓ କ୍ରୀଡ଼ାବିତ୍; ସମସ୍ତଙ୍କୁ ପ୍ରାୟ ଥଟ୍ଟା କରାଯାଇଥାଏ। ସୋ’ରେ ଉପସ୍ଥାପକ କପିଲ୍ ହଅନ୍ତୁ କି ଆମନ୍ତ୍ରିତ ଅତିଥି, ସେମାନେ ହସ ବାହାନାରେ ବହୁ ସମାଲୋଚନାମୂଳକ କଥା କହିବା ସହ କିଛି ଦ୍ବି-ଅର୍ଥବୋଧକ ଶବ୍ଦର ମଧ୍ୟ ପ୍ରୟୋଗ କରିଥା’ନ୍ତି। କେବଳ ଶବ୍ଦ ନୁହେଁ, ଏହି ମଞ୍ଚରେ ପ୍ରବେଶ କରୁଥିବା ଚରିତ୍ରମାନଙ୍କର ପୋଷାକ, ଅଙ୍ଗଭଙ୍ଗୀ ଓ ଠାଣିବାଣୀରେ ମଧ୍ୟ ସୀମା ଟପୁଥିବାର ଦେଖିବାକୁ ମିଳେ।

ତେବେ ଶିବାପୁରୀ ଜିଲ୍ଲାର ଜଣେ ଆଇନଜୀବୀ ସିଜେଏମ୍ କୋର୍ଟରେ ଏହି ସୋ’ ବିରୋଧରେ ଏକ ଅପରାଧମୂଳକ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ଅକ୍ଟୋବର ୧ ତାରିଖରେ ହେବ ବୋଲି ଜଣାଯାଇଛି। ଅଭିଯୋଗ ଏହା ଯେ ସୋ’ର ଏକ ଏପିସୋଡ୍‌ରେ ମଞ୍ଚ ଉପରେ ପ୍ରବେଶ କରିଥିବା କଳକାରମାନେ ଖୋଲାଖୋଲି ଭା‌ବେ ମଦ ପିଇଥିଲେ। ମଦ ବୋତଲ ଉପରେ ଲେଖାଥିଲା ‘ସରାବ ପିନା ସ୍ବାସ୍ଥ୍ୟ କେ ଲିଏ ହାନିକାରକ ହୈ’। ଆଇନଜୀବୀଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ସୋନି ଟିଭିରେ ପ୍ରସାରିତ ହେଉଥିବା ଏହି ସୋ’ରେ ମହିଳାମାନଙ୍କୁ ଅବମାନନା କଲା ଭଳି ଶବ୍ଦ ପ୍ରୟୋଗ କରାଯାଉଛି। ସମ୍ବିଧାନର ୩୫୬/୩ ଧାରା ଅନୁସାରେ, ଉକ୍ତ ମଦ୍ୟପ କଳାକାରମାନଙ୍କ ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆଇନଜୀବୀଜଣକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe