India Today
କରୋନା ସଂକ୍ରମଣ ଯୋଗୁଁ ମନୋରଂଜନ ଦୁନିଆ ଉପରେ ପ୍ରଭାବ ପଡ଼ିଛି। ଚଳଚ୍ଚିତ୍ର ଓ ଟିଭି ଧାରାବାହିକ ସୁଟିଂ ବନ୍ଦ ରହିଛି। ଯେଉଁଥିପାଇଁ ଟିଭି ଓ ଫିଲ୍ମ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି। ତେବେ କମେଡିଆନ୍ କପିଲ ଶର୍ମା ଲକ୍ଡାଉନ୍ ଅବସରରେ ନିଜ ଘରୁ ମନୋରଂଜନର ତଡ଼କା ଜାରି ରଖିବେ। ସେ ଏବେ ନିଜ ଘରୁ ଏହି ସୋ’ ବିନା ଦର୍ଶକରେ କରିବାକୁ ଯାଉଥିବା ଜଣାଇଛନ୍ତି। ବିନା ଦର୍ଶକରେ ଏଭଳି ସୋ’ କରିବା ଅଡ଼ୁଆ ଲାଗୁଥିଲେ ହେଁ ପରିସ୍ଥିତିକୁ ଦେଖିଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଆସୁଛି। ଆମେରିକାରେ ମଧ୍ୟ ବହୁ ବଡ଼ବଡ଼ ଟିଭି ସୋ’ ବିନା ଦର୍ଶକରେ କରାଯାଉଥିବା ଦେଖିବାକୁ ମିଳିବା ପରେ କପିଲ ଶର୍ମା ହୁଏତ ଏହି ଧାରାକୁ ଆପଣାଉଛନ୍ତି ବୋଲି କୁହାଯାଉଛି।
Follow Us